ଭିଜା ଶ୍ରାବଣ - ପି. ପୁରବୀ ମହାନ୍ତି


" ଶ୍ରାବଣ ର ବାରିଧାର

ଭିଜା ସେ ତନୁ ମନ

କବିତା ଲେଖିବା ପାଇଁ

ଲୋଡ଼ା କେଉଁ ଆବରଣ ।

ପ୍ରୀତି ବନ୍ଧନରେ ଆଜି 

ସବୁ କିଛି ଏକାକାର

ମନ ଆଜି କେଉଁ ଆଡେ

ନାହିଁ ତାର କେଉଁ ଗାର ।

ପୁଲକିତ ହୃଦୟ ସେ 

ବାଣ୍ଟି ଦେବ କେତେ ମଧୁ

ଭିଜା ଏହି ମହୁମାଛି

ରାଗିଣୀ ର ସୁର ତାଳ ।

ପ୍ରକମ୍ପିତ ହୃଦୟ ଏ 

ପୂଳକରେ ଭରି ଅଛି

ଅନ୍ତର ର ବ୍ୟଥା କୁ ସେ

ଶ୍ରାବଣ ର ଭ୍ରାନ୍ତି ଲାଖି ।

ସାଥି ବିନା ଏ ଭିଜା ପରସ୍ତ

ଲୋଡ଼ା ନାହିଁ ତନୁ ମନ

ଭାବନାର ଉତ୍ତୋରଳ

ଦୋହଲେଇ ସବୁ ପ୍ରେମ ।

ଛିଟା ଏହି ଶ୍ରାବଣ ର

ଆଗମନ କରିଦିଏ

ଅବୁଝା ଏ ମନ କୁ ମାେ

ଓଦା କରି ଚାଲିଯାଏ ।

ସପ୍ତରଙ୍ଗ ଇନ୍ଦ୍ରଧନୁ

ରଙ୍ଗ ଖେଳି ହଜିଯାଏ

ଫିକା ଲାଗେ ମନ ପ୍ରାଣ

ଭିଜା ମୋର ଆସ୍ତରଣ ।

ଶ୍ରାବଣ ର ବାରିଧାରା

ଭିଜା ସେ ତନୁ ମନ

କବିତା ଲେଖିବା ପାଇଁ

ଲୋଡ଼ା କେଉଁ ଆବରଣ।। 


ପି.ପୁରବୀ ମହାନ୍ତି

ବଣାଇଁଗଡ଼ସୁ, ନ୍ଦରଗଡ଼

Post a Comment

0 Comments