ମନୁଷ୍ଯ ଜୀବନ ଦୁଇମୁଠା ସ୍ବପ୍ନ
କ୍ଷଣିକେ ସବୁ ହଜାଏ,
ଆଶା ଆକାଂକ୍ଷାର ପ୍ରତିଛବି ହସି
ଉଦ୍ଭାସିତ ହେଉଥାଏ। ୧।
କେବେ କେବେ ପୁଣି ମନର ଭାବନା
ବ୍ୟକ୍ତ କରାଏ ଲେଖକ,
ପାଇବାର ଇଛା ଲେଖକରୁ ପୁଣି
ସଜାଇଦିଏ ଗ୍ରାହକ। ୨।
ସାହିତ୍ୟ ଉପାଧି , ମାନପତ୍ର ଲାଭେ
ପୁରସ୍କାର ପ୍ରାପ୍ତ ହୁଏ,
ସମ୍ମାନ ମିଳିବା ଠାବରେ ସେ ନିଜେ
ନିଜକୁ ପାସୋରି ଯାଏ। ୩।
ସ୍ବସମ୍ମାନ ମାନ ଲେଖକର ଧନ
ହରାଇବା ମାନ୍ୟ ନୁହଁ,
ଅନ୍ୟସବୁ ପୁଣି ପ୍ରେରଣା ଭାବିଣ
ସ୍ବକର୍ମରେ ଲିପ୍ତ ରୁହ। ୪।
ସମୟର ପ୍ରାଣ ଅବା କେତେ କ୍ଷଣ
ସୁଅରେ ସବୁ ଭସାଏ
ଶ୍ରେଷ୍ଠ ମନୁଷ୍ଯଟେ ହେବାପାଇଁ ପୁଣି
ଛବି ଏଠି କଥାକହେ। ....
ଶ୍ରେଷ୍ଠ ମନୁଷ୍ଯଟେ ହେବାପାଇଁ ପୁଣି
ଛବି ଏଠି କଥାକହେ। ୫।
ଶୁଭଶ୍ରୀ ଦଳେଇ
ଉଦଳା, ମୟୂରଭଞ୍ଜ


0 Comments