କାନ୍ତ କବି - ରଞ୍ଜନ କୁମାର ମହାନ୍ତି



ତୁମେ ଅଦ୍ଵିତୀୟ  ତୁମ ପରିଚୟ 

କୋଟି ପ୍ରାଣର ପ୍ରେରଣା... 

କାଳଜୟୀ ତୁମ ସାରସ୍ୱତ ପଥ 

ସଫଳତାର ଠିକଣା... 

ଅମର କୃତିରେ ଗଣା... 

ଉତ୍କଳ ମାଟିର ତୁମେ ଯୋଗ୍ୟ ସୂତ 

କାନ୍ତ କବି ନାମେ ଜଣା... 


ଜାତୀୟତାବାଦ ବହ୍ନି ପ୍ରଜ୍ଜ୍ଵଳିତ 

କଲ ଓଡିଆଙ୍କ ମନେ... 

ଜନମ ମାଟିର ପରାଧୀନ ବାର୍ତ୍ତା 

ପଡିଥିଲା ଯେବେ କାନେ... 

ଜନ୍ମଭୂମି ଜୟ ଗାନେ... 

ମୁଖରିତ ହେଲା ଗଗନ ପବନ 

ଦେଶ ବନ୍ଦନାର ତାନେ... 


ଉତ୍କଳ ସମ୍ମିଳନୀର ଯେ ସଦସ୍ୟ

ରଖିଲ ଜାତିର ଟେକ... 

ବୁଢ଼ା ଶଙ୍ଖାରି ରୁ କଣା ମାମୁଁ ଯାଏ 

ତୁମ ପ୍ରତିଭାର ଟେକ... 

ଝୁରୁଛି ସାରା ମୂଲକ... 

ଫେରି ଆସ ଥରେ ଏ ମାଟି କୋଳରେ ବଜାଇ ସାହିତ୍ୟ ଶଙ୍ଖ...



ରଞ୍ଜନ କୁମାର ମହାନ୍ତି 

ବାଲେଶ୍ୱର 

ମୋ--8658574945

Post a Comment

0 Comments