କାନ୍ତ କବି - ଦେବିପ୍ରିୟା ଦାସ୍

 

ଭୂମିଷ୍ଠ ପ୍ରଣାମ ତମକୁ ମୋର ହେ

ସବୁରି ପ୍ରିୟ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର

ତମେତ ଓଡ଼ିଶା ମାଟିରେ ସୁଯୋଗ୍ୟ ସନ୍ତାନ।

ତମ ପାଇଁ ସାରା ଓଡିଶା ଓ ଓଡ଼ିଶା ବାସୀ

ଯୁଗେ ଯୁଗେ ହେଉଛନ୍ତି ଗର୍ବିତ।

ସନ ୧୮୮୮ ଡିସେମ୍ବର ମାସ ୯

ତାରିଖରେ ହେ କବି ତମେ

ଓଡ଼ିଶା ମାଟିରେ ହୋଇ ଭୂମିଷ୍ଠ

ଆମ ଏ ଓଡିଶା ମାଟି କୁ

କରିଛ ତମେ ପବିତ୍ର।

ଓଡ଼ିଶା ରାଜ୍ୟ ର ରାଷ୍ଟ୍ରୀୟ 

ସଂଗିତ ବନ୍ଦେ ଉତ୍କଳ ଜନନୀ

ତମର ଏକ ବିରଳ କୃତି।

ତମେ ଏକାଧାରରେ ଜଣେ ସ୍ଵାଧିନତା ସଂଗ୍ରାମୀ

କବି, ଲେଖକ,ବ୍ୟଙ୍ଗ ସାହିତ୍ୟିକ, ଗାଳ୍ପିକ ଓ 

ପ୍ରାବନ୍ଧିକ ତମ ପାଇଁ ଓଡ଼ିଶା ସାହିତ୍ୟ ହୋଇଛି

ପୁନଃ ଆଲୋକିତ।

 ତମର ସେ ଅସମ୍ପୂର୍ଣ୍ଣ ଉପନ୍ୟାସ

"କଣା ମାମୁଁ" ଓ କ୍ଷୁଦ୍ର ଗଳ୍ପ "ବୁଢ଼ା ଶଙ୍ଖାରି"

ପାଇଁ ସେ କଵିନାଥ ତମେ ଓଡ଼ିଶାର

ଘରେଘରେ ଆଜି ବି ଭାରି ପରିଚିତ।

ରାଜନୈତିକ ଅସ୍ଥିରତା କୁ ନେଇ

ନାଟକ" ଡିମ୍ବକ୍ରେସି ସଭା", ହନୁମନ୍ତ ବସ୍ତ୍ର ହରଣ", ସମସ୍ୟା ଆଦି

 କରିଥିଲ ତମେ ରଚନା ହେ ଓଡ଼ିଶାର

ମାନସ ସନ୍ତାନ।

ବ୍ୟଙ୍ଗ ନାଟକ ଫିଲ୍ମ ଷ୍ଟାର ତମେ କଲ

ରଚନା କଳାର କେଳେକାରିଙ୍କୁ ନେଇ।

କବିସୂର୍ଯ୍ୟ ବଳଦେବ ରଥ ଙ୍କ କିଶୋର ଚନ୍ଦ୍ରାନନ ଚମ୍ପୁ

ଦ୍ବାରା ହୋଇ ତୁମେ ଅନୁପ୍ରାଣିତ ଲେଖିଲ ତମେ

ବାଳିକା ରଚନା " ଚଟକ ଚଦ୍ରହାସ ଚମ୍ପୁ"।

ତମେ ଥିଲ ପୁଣି ସାହିତ୍ୟ ପତ୍ରିକା

"ଡଗର" ର ପ୍ରତିଷ୍ଠାତା।

ହେ କବି ତମେ ଯୁଗେ ଯୁଗେ

ହୋଇ ରହିବ ଅମର ହୋଇ

ସାଢ଼େ ଚାରି କୋଟି ଓଡିଆଙ୍କ ହୃଦୟ ରେ।


 ଦେବିପ୍ରିୟା ଦାସ୍

                         ‌‌ ଭୁବନେଶ୍ଵର  ।

         

Post a Comment

0 Comments