ବର୍ଣ୍ଣବୋଧ - ରାଜେଶ ରଥ




ନଇଁ ଆସିଲାଣି ସ୍ୱପ୍ନର ମାନ୍ୟତା 

ଉପାନ୍ତ୍ ଅଞ୍ଚଳେ ଏକା

ଖୋଜା ପଡେ ଗୋଟେ ସରଳ ହୃଦୟ

ମିଳିଲା ନି ତାର ଦେଖା ।


ଭାଷା ଭାଷାନ୍ତର ମଧୁବାବୁ ସିଏ 

କୋଟି ପ୍ରଜାତି ମୈାଡମଣି

ସୃଷ୍ଟି କଲେ ଏକ ମହାର୍ଘ୍ୟ ସ୍ୱରୂପ 

ବର୍ଣ୍ଣବୋଧ ମୁକ୍ତା ମଣି ।


ଚାଟଶାଳୀ ଠାରୁ ପ୍ରାରମ୍ଭ କରିଣ

 ଉଚ୍ଚ ବିଦ୍ୟାଳୟ ଯାଏ 

ସବୁଠି ଆଦର ତାଙ୍କରି ସାରସ୍ଵତ 

ପୟୋନିଧି ସୁଧା ପାଣି  ।


ମାତ୍ରା , ଫଳା, ଚିନ୍ହେ ରିଦ୍ଧିମନ୍ତ ତାଙ୍କ 

ଓଡ଼ିଆ ଭାଷା ବିଭବ ଭାସ୍ୱର୍ ।


ଅଙ୍କ ଅନେକଙ୍କ ନବନୀତ ହୁଏ

ପାହେଳି ଧନ୍ଦା ପଣିକିଆ ରୂପେ 

ସବୁ ସିଶିରାଙ୍କ ପ୍ରତିଫଳିତ ହୁଏ 

ଛବିଳ ବର୍ଣ୍ଣବୋଧ ରୂପେ ।


ଇଁ ରାଜୀ ଅକ୍ଷର ଭାରି ମଜାଦାର 

ସେ ଯେ A ,B ,C,D........Z

ପଦେ ପଦେ ଥା ଏ ଶିଶୁ ସାଧନା ଙ୍କ

ଅଜସ୍ର ସ୍ମୃତିର ଋତୁ । 

ଚକ,  ଅଖ,  ନଖ , କଳ ଶଦ୍ଦେ ହୁଏ

ଭାଷାର ବିନ୍ୟାସ ସିନ୍ଧୁ ।


ଶିଶୁ ମନେ ଲାଖେ ଦେଖି ପ୍ରତିଛବି 

ଅଙ୍କା ହୋଇଥାଏ ସେଠି 

କଳରବ କରି ଆନନ୍ଦେ ସଭିଏଁ

କହିଥାନ୍ତି ନାଚି ନାଚି ।


ସରଳ ସଂକ୍ଷିପ୍ତ ଶଦ୍ଧ ସଂଯୋଜନା 

ସାରସ୍ଵତ ଚିରନ୍ତନ ସେହି 

ଗାଳ୍ପିକ କବିତ୍ଵ ଛଟା 

ମନେ ହୁଏ ସତେ ଆତ୍ମିକ ମର୍ମିକ 

ତାଙ୍କ ସ୍ବରଚିତ ଅଭ୍ୟର୍ଥନା ।।


ରାଜେଶ୍ ରଥ 

ଗଣିତ ଶିକ୍ଷକ , ଆସ୍କା , ଗଞ୍ଜାମ

Post a Comment

0 Comments