ବର୍ଣ୍ଣବୋଧ - ମନସ୍ଵିନୀ ମିଶ୍ର




ଓଡ଼ିଆ ଜାତିର ଗର୍ବ ଗୌରବର

  ପ୍ରତୀକ ସାଜିଛି ଆମ ବର୍ଣ୍ଣବୋଧ 

ମଧୁସୂଦନଙ୍କ ରଚନା ବଳୀରେ

  ଶିଶୁ ଭାଷାର ହେଉଛି ବିକାଶ ।।


ଅ ଠାରୁ କ୍ଷ ହୋଇଲା ବର୍ଣ୍ଣନା

  ମାତ୍ରା ଫଳା ଯୁକ୍ତାକ୍ଷର

ବର୍ଣ୍ଣବୋଧ କ୍ରମେ ଓଡ଼ିଆ ସାହିତ୍ୟର

    ହୋଇଲା ପ୍ରସାର ବିସ୍ତାର ।।


ଶିଶୁର ଆଗ୍ରହ ବଢିବା ନିମନ୍ତେ        

ମଲାଟ ଉପରେ ବିରାଡ଼ି କୁ 

       ଦେଲେ ରଖି

ନୀତିବାଣୀ , ନୀତିଶିକ୍ଷା ଦ୍ଵାରା

  ଶିଶୁ ଜ୍ଞାନର ହୋଇଲା ବୃଦ୍ଧି ।।


ପ୍ରାଥମିକ ଠାରୁ ଉଚ୍ଚଶିକ୍ଷା ଯାଏ

  ବର୍ଣ୍ଣବୋଧ ର ହୋଇଲା ପ୍ରୟୋଗ

ଓଡ଼ିଆ ବାସୀଙ୍କ ଘରେ ଘରେ

            ପୁରେ ପୁରେ

 ସର୍ବ ମୁଖେ ହୋଇଲା ଆଦୃତ ।।


ବର୍ଣ୍ଣବୋଧ ଯାର ଅଟଇ ଉତ୍ତମ

  ସାରା ଭାଷା ରାଇଜରେ 

          ପାଏ ସମ୍ମାନ

ବନାନ କ୍ଷେତ୍ରରେ କେବେ 

          ସେ ହାରେନା

ତା ସାଙ୍ଗରେ କେହି ସରି ହୁଏନା ।।



        ମନସ୍ଵିନୀ ମିଶ୍ର

  ରାଜକନିକା , କେନ୍ଦ୍ରାପଡ଼ା


Post a Comment

0 Comments