ଆମ ସ୍କୁଲ ସାର୍ - ବାସନ୍ତୀ ଲତା ଜେନା



ସ୍କୁଲରେ ଯେବେ ପାଦ ଦେଇ ଥିଲି 

      ଦେହ ଥରୁ ଥିଲା ମୋର 

ହସି ହସି  ସାରେ କୋଳେଇ ନେଲେ ତ 

      ଡର ଛାଡ଼ି ଗଲା ମୋର    l୧l


ଜଟିଳ  ପାଠକୁ ସରଳ ଭାବରେ 

      ବୁଝାଇ ସେ ଦେଇ ଥାନ୍ତି 

ସାହିତ୍ୟି  ଗଣିତ ଇଂରାଜୀ ବିଜ୍ଞାନ 

       ଭୂଗୋଳ ପଢାଇ ଥାନ୍ତି    l୨l


ଭଲ କାମ କଲେ ପ୍ରଶଂସା କରନ୍ତି 

      ମନ୍ଦରେ  ଅନୁଶାସନ 

ଚରିତ୍ର ଗଠନେ ଧ୍ୟାନ ଦେଇ ଥାନ୍ତି 

      ଆଧ୍ୟାତ୍ମିକ ଜ୍ଞାନ ପୁଣ   l୩l


ଗୁରୁ ବ୍ରହ୍ମା ବିଷ୍ଣୁ ମହେଶ୍ୱର ହୋଇ 

      ବିଦ୍ୟା ଦାନ କରି ଥାନ୍ତି 

ସମସ୍ତ ପିଲାଙ୍କୁ ନିଜର କରିଣ 

      ତାମସା ଦୂର କରନ୍ତି        l୪l


ସମୟାନୁ ବର୍ତ୍ତି ଶିଖାଇ ଥାଆନ୍ତି 

      କେତେ  ଉପଦେଶ ଦେଇ 

ତାଙ୍କରି ଆଶିଷେ ସୁମଣିଷ ହେଲି 

     ଜୀଵନ ଧନ୍ୟ  କରଇ   l୫l


ବାସନ୍ତୀ ଲତା ଜେନା, 

ଗାନ୍ଧିନଗର, ନବରଙ୍ଗପୁର  

Post a Comment

0 Comments