ଆମ ସ୍କୁଲ ସାର୍ - ବିନୋଦିନୀ ଦାସ



ମାଟି ସିଲଟରେ ଖଡିକୁ ଛୁଆଇଁ

ବ୍ରହ୍ମା, ବିଷ୍ଣୁ, ମହେଶ୍ବର,

ତିନି ଶୂନ ମଧ୍ୟେ ପାଠ ଯେ ଶିଖାନ୍ତି

ସିଏ ଆମ ସ୍କୁଲ ସାର୍ ।


ଓଡ଼ିଆ ଭାଷାର ବର୍ଣ୍ଣମାଳାଯାକ 

ଶିଖାଇ କରନ୍ତି ଚାଟ,

କାନମୋଡା ସହ ତାଙ୍କ ବେତ୍ରାଘାତ

ସ୍ପର୍ଶେ ମିଳେ ନୂଆ ବାଟ ।


ଇଂରାଜୀ, ଗଣିତ, ବିଜ୍ଞାନ, ସାହିତ୍ୟ

ପରିବେଶ ଜ୍ଞାନ ଆଦି,

ତାଙ୍କ ଚାଟ ମାନସପଟ୍ଟରେ ଭରି 

ରଖି ଦିଅନ୍ତି ସମ୍ପାଦି ।


ଅଜ୍ଞାନ-ତିମିର ହୃଦୟରୁ ନାଶି

ଜ୍ଞାନାଲୋକ ଜାଳିଦ୍ୟ'ନ୍ତି,

ଶିକ୍ଷା ସୁଗୁଣରେ ପରିମାର୍ଜିତରେ

ବିବେକବନ୍ତ କରାନ୍ତି ।


ସେହି ବାଲ୍ୟ ଗୁରୁ ଚଳନ୍ତି ଠାକୁର

ଆଜି ଯେଉଁଠି ଥାଆନ୍ତୁ,

ତାଙ୍କ ସବୁ ଚାଟଙ୍କର ମଥା ନୁଆଁ

କୋଟି ପ୍ରଣତି ଘେନନ୍ତୁ ।


ବିନୋଦିନୀ ଦାଶ

କୁରୁଆଁ, ମୁଗପାଳ, ଯାଜପୁର

Post a Comment

0 Comments