
ପାଷାଣ ପିଣ୍ଡୁଳା ଜୀବନ୍ତ ଲାଗଇ
ମୋ' ହାତୁଡ଼ି ନିହାଣ ତୂଳୀ ସ୍ପର୍ଶରେ,
କେତେ ପଶୁ ପକ୍ଷୀ ଦେବତା ମାନବ
ଦାନବ ଉଦ୍ଭିଦ ଗଢେ ପଥରେ ।।
କଳା କାରିଗରୀ ବିଦ୍ୟାରେ ନିପୁଣ
ହସ ଫୁଟାଏ ମୁଁ ପଥର ଦେହେ,
ହେଲେ କେ ବୁଝିଛି ମୋ' ଅନ୍ତର କଥା,
ପ୍ରଶଂସା ପଦିଏ ସମର୍ପି ଦିଏ ।।
ମୋ ପୂର୍ବ ପୁରୁଷ ଜାତି ଭାଇଙ୍କର
ଜ୍ଵଳନ୍ତ ଦୃଷ୍ଟାନ୍ତ ଆଜିବି ଅଛି,
ଚନ୍ଦ୍ରଭାଗା କୂଳେ ସୂର୍ଯ୍ୟଙ୍କ ମନ୍ଦିର
କାରୁକାର୍ଯ୍ୟ କଥା କହି ଦେଉଛି ।।
କିଏ କହେ ମୋତେ କାରିଗରୀ ଆଉ
କିଏ କହେ ମୁଁ ଶିଳିପୀଟିଏ,
ମୁଁ କିନ୍ତୁ ଭାବେ ଆଗାମୀ ଦିନର...
ମୋ' ପର ପିଢ଼ିଙ୍କ ଅମ୍ଳାନ କୀର୍ତ୍ତିଟିଏ ।
ରୋହିତ ସେଠୀ
ଖଜୁରୀପଡା, କନ୍ଧମାଳ
୭୭୩୫୨୧୪୩୭୯

0 Comments