
ଶିଳ୍ପୀ ର ଶ୍ରମ ରେ ଶିଳା ର ପ୍ରହାରେ
ନୂତନ ରୂପ ଯେ ନିଏ,
ଶତ ଶୀର୍ଷକ ର ମନ ଜିଣି ନେଇ
ସୁକୁମାର ମୂର୍ତ୍ତି ଦିଏ ll
ସଂସାର ରଥ କୁ ଟାଣିବା ପାଇଁ
ହସ୍ତ ରେ ଧରିଲ ତୁଳି,
ବୃଦ୍ଧ ଅବସ୍ଥା ରେ ନାହିଁ କେ ସହାୟ
ସପ୍ନ କୁ ତ ଦେଲ ବଳି ll
ବାଲ୍ୟକାଳେ ଯେବେ ବାଲିମୃତ୍ତି ଗଢି
ଖେଳୁଥିଲ ହୋଇ ଖୁସି,
ବିଶ୍ରାମ କାଳ ରେ ପରିବାର ପାଇଁ
ପ୍ରତିମା ଗଢୁଛି ବସି ll
ତୁମରି ବିଦ୍ୟା ରେ ତୁମ ରୂପ ଗଢି
ଚଳୁଛି ମୁଁ ଆଜୀବନ,
ବଞ୍ଚିବା ର ମାର୍ଗ ଦେଖାଇ ଦେଲ ଯେ
ଗଜପତି ଗଜାନନ ll
ସରି ଯାଉଅଛି ଜୀବନ ନାଟକ
ସରୁନି ଶ୍ରମ ରୁ ମୁକ୍ତି,
କୋଟି ଭକତ ଙ୍କ ମନ ଜିଣି ବାର
ଦେଉଥିବ ନିତ୍ୟ ଶକ୍ତି ll
ଧନ୍ୟ ଏ ମହୀରେ ଅପାର ମହିମା
ବିହି ଗଢେ କେବେ ନର,
ନର ଗଢେ କେବେ ବିହି ର ପ୍ରତିମା
ପାଇ ଯେ ଜ୍ଞାନ ର ବର ll
ଜିତେନ୍ ସିଂ
ମୟୁରଭଞ୍ଜ

0 Comments