ହୃଦୟରେ ରାଜା ବାହାରକୁ ପ୍ରଜା - ଅଶ୍ୱିନୀ କୁମାର ବେହେରା




ଉଲ୍ଲାସରେ ରାଜା ଶାସନ କରନ୍ତି

ନଥାଏ କାହାକୁ ଭୟ

ଜିତିଲେ ବି ରାଜା ହାରିଲେ ବି ରାଜା 

ସର୍ବଦା ତାଙ୍କର ଜୟ ।

ରାଜାଙ୍କ ସ୍ୱଭାବ ସଦା ସକାରତ୍ମକ 

ଯଦିବି କେ ଅଭିମାନି

ରାଜା ବୁଝିଥାଏ ପ୍ରଜାର କଷଣ

ମୂଳ ଧର୍ମଟିକୁ ମାନି ।

ରାଜାଙ୍କ ହୃଦୟ ବହୁତ କୋମଳ

ଜାଣନ୍ତି ନାହିଁ ଯେ କେହି

ଯାହା ଯନ୍ତ୍ରଣାକୁ ହରିଥିବେ ରାଜା

ସତ ଟି କହିବ ସେହି  ।

ରାଜା ନୁହେଁ ସେ ପ୍ରଜାଙ୍କ ଗଣରେ

ପ୍ରଜା ପରି ଆଚରଣ

ପ୍ରଜା ସହାୟତା ପାଇଁ ରାଜା ଜଣେ

ହୁଅନ୍ତି ବ୍ୟସ୍ତ ପ୍ରତି କ୍ଷଣ ।

ରାଜାଙ୍କୁ ମାନିକି ଚାଲ ଆମେ ଏକ

ରାଜା ଜୀବନଟି ଗଢିବା

ହୃଦୟରେ ରାଜା ବାହାରକୁ ପ୍ରଜା

ସଫଳ ସିଡ଼ି ଚଢିବା ।


ଅଶ୍ୱିନୀ କୁମାର ବେହେରା

ରାଣୀହାଟ, କଟକ

ପେଶା-Bsc ITM (ଛାତ୍ର)

ଫୋନ-9040177084

Post a Comment

0 Comments