ସୃଷ୍ଟି ର ରହସ୍ୟ ସୃଷ୍ଟିଧର ତୁମେ
ସୃଷ୍ଟି ନୀୟନ୍ତା ସୃଷ୍ଟି କର
ତୁମ୍ଭର ଆଶିଷେ କ୍ଷଣ ପ୍ରଭା ଆମ୍ଭେ
ପରିଚୟ ବହି ଯେହ୍ନେ ।
ଅଭିମାନେ ତୁମ ଧ୍ଵଂସ ଏହି ଧରା
ମରୁଡ଼ିର ରୂପ ନେଇ
ଋଷି ଗଲେ ତୁମେ ବନ୍ୟା ତ ଆସେ
ପ୍ରଳୟ ପ୍ରଳାପ ନେଇ ।
ଶାନ୍ତ ସିରି ତୁମମଧୁ ମୂର୍ଚ୍ଛନା ରେ
ତୋଳା ଇ ଜୀବନ ଇନ୍ଦୁ
ସସା ଗର ଧରା ପ୍ରାଣ ପଲ୍ଲବୀ ତ
ତୁମେ ତ ଜୀବନ ବିନ୍ଦୁ ।
ଏ ମୂର୍ଖ ମଣିଷ କାହୁଁ ବୁଝିବ
ତୁମ ଉପକାର କୀର୍ତ୍ତି
ବିଜ୍ଞାନ ବଳରେ ବଳୀୟାନ କହି
ଦେଖାଏ ତାହାର ଶକ୍ତି ।
ଜଳ ନୁହେଁ ସେତ ଜୀବନ ଅମୃତ
ଚରାଚର ବିଶ୍ଵ ପାଇଁ
ହାତ ଦେଇ ହାତ ଗଢିବାରେ ବିଶ୍ଵ
ନୂତନ ସନ୍ଦେଶ ନେଇ ।
ରାଜେଶ୍ ରଥ
ଗଣିତ ଶିକ୍ଷକ , ଆସ୍କା ,ଗଞ୍ଜାମ


0 Comments