ଜଳ ବିନା କି ହୋଇବ କାମ
ଅଟେ ତାହା ଅତ୍ଯାବଶ୍ୟକୀୟ
କର ହେ ବନ୍ଧୁ ଜଳ ସଞ୍ଚୟ
ନ କରି ତାହାର ଅପଚୟ.....
ନଦୀ କୁ କରନାହିଁ ନର୍ଦ୍ଦମା
ଡେଇଁ ଯାଅ ନାହିଁ ନିଜ ସୀମା
ଜଳ ଯଦି ହେବ ଅଶୁଦ୍ଧ
କେଉଁ ପାଣି କୁ ତୁମେ ପିଇବ.....
ଭୂଗର୍ଭ କୁ କରନାହିଁ ଖାଲି
ପାରୁଛ ଯଦି ଲଗାଅ ଗଛ
ଗଛ ଥିଲେ ପାଇବ ବର୍ଷା
ଚେଇଁ ଉଠିବ ଜଳର ଆଶା...
ଆଖି ଖୋଲି ଥରେ ଦେଖିନିଅ
ଦୁନିଆ ଘାରୁଛି ଜଳ ସଙ୍କଟ
ଜାଣି ଶୁଣି ଜଳ ନଷ୍ଟ କରନି
ନଚେତ୍ ଖୋଲିଯିବ ମୃତ୍ୟୁ ବାଟ
ଜଳ ବିନା ଯେ ଜଗତ ଶୂନ୍ୟ
ଜଳ ହିଁ ଅନୁପମ ଧନ
ଜଳ ବିନା କେ ପାରିବ ବଞ୍ଚି
ଜଳ ହିଁ ଅଟଇ ଜୀବନ.....
ଶୁଭ୍ରା ସୁଚିତ୍ରା ମହାନ୍ତ
ପଦ୍ମପୁର, କେନ୍ଦୁଝର


0 Comments