ପାଣି ପାଣି କହି ଚିତ୍କାର କରିଲେ
ପାଣିତ ମିଳିବ ନାହିଁ
ଗଛ କାଟି ସବୁ ସଫା କରିଦେଲେ
ବରଷା ହୋଇବ କାହିଁ ||୧||
ଜଳ ବିନା ଏଠି ଜୀବନଟା ସତେ
ବଞ୍ଚି ତା ପାରିବ କୁହ
ଏମିତି ସମୟ ଆସିବ ତ ଦିନେ
ପିଇବା ଆଖିର ଲୁହ ||୨||
ଜଳ ର ସଞ୍ଚୟ ଅତ୍ୟନ୍ତ ଜରୁରୀ
ମେଣ୍ଟାଇବା ଆମ ତୃଷ୍ଣା
ବୁନ୍ଦାଏ ଜଳ କୁ ପାଇବା ପାଇଁକି
କେବେ ଉଡିଯିବ ହଂସା ||୩||
ଗଛ ଲଗାଇଲେ ବରଷା ହୋଇବ
ଆମକୁ ମିଳିବ ଜଳ
ହେଳାକରିଦେଲେ ଭେଳା ବୁଡିଯିବ
କାହୁଁ ବା ମିଳିବ ଫଳ ||୪||
ବେଳ ଥାଉଁ ଥାଉଁ ଜଳ କୁ ସଞ୍ଚିବା
ସୁରକ୍ଷା ରେ ଦେବା ଦୃଷ୍ଟି
ଜଳ ହିଁ ଜୀବନ ଭୁଲିବାନି ବନ୍ଧୁ
ଜଳ ଆମ ହାତେ ସୃଷ୍ଟି ||୫||
ସନ୍ଧ୍ୟାରାଣୀବେହେରା
କୁପାରି ,ବାଲେଶ୍ୱର


0 Comments