ଜଳ ହିଁ ଜୀବନ - ବାସନ୍ତୀ ଲତା ଜେନା



ଜଳରୁ ସୃଷ୍ଟିତ ଚଉଦ ବ୍ରହ୍ମାଣ୍ଡ 

    ସେ ଅଟେ ଆମ ଜରୁରୀ 

ଜଳ ବିନା ସୃଷ୍ଟି ବଞ୍ଚି ନ ପାରିବ 

    ବହୁଳ ତ ଧ୍ଵଂସ କlରି   ll 


ଜଳ ହିଁ ଜୀଵନ ପ୍ରାଣୀ ଜଗତରେ 

    ଲୋଡ଼ା ପ୍ରତି କାମେ ଜଳ 

ଶୋଷ ହେଲେ ଜଳ ରନ୍ଧନରେ ଜଳ 

     ଶିଳ୍ପ କାମ ପାଇଁ ଜଳ     ll 


ରକ୍ତ ସଂଚାଳନ କରି ଥାଏ ଜଳ 

     ଚାଷରେ ମିଳଇ ଫଳ 

ନବ ନିର୍ମାଣରେ ଜଳ ଲୋଡ଼ା ହୁଏ 

     ରଙ୍ଗ ତୁଳି ପାଇଁ ଜଳ     ll


ସବୁଜ ବନାନୀ ଶୀତଳ ପରଶ 

     ଜଳ ପାଇ ହସି ଉଠେ 

ଜଳର ବିହୁନେ କାମ ନ ହୁଅଇ 

     ଜୀଵନ ଦୁର୍ବିଶେ କଟେ    ll


ଅପଚୟ ଆମେ କରିବlନି ଜଳ 

      ସଞ୍ଚୟ କରି ରଖିବା 

ଭବିଷ୍ୟତ ଆମ ଆନନ୍ଦେ କଟିବ 

      ଦେଶର ମାନ ରଖିବା    ll 


ବାସନ୍ତୀ ଲତା ଜେନା

ଗାନ୍ଧିନଗର, ନବରଙ୍ଗପୁର,

Post a Comment

0 Comments