ଜଳ ହିଁ ଜୀବନ - ସାଗର କୁମାର ପରିଡା



ପଞ୍ଚ ତତ୍ତ୍ୱ ମଧ୍ୟେ ଜଳ ତତ୍ତ୍ୱ ଭିନ୍ନ

ଅନ୍ୟ ନାମ ତା ଜୀବନ,

ଜଳ ହିଁ ରଖଇ ଖଗ ,ମୃଗ ,ନାଗ

ସ୍ଥାବରୁ ଜଙ୍ଗମ ପ୍ରାଣ ।।

ନାହିଁ ସ୍ୱାଦ ନାହିଁ ରଙ୍ଗ ତାହାର

ବାସହୀନ ଅଜୈବିକ,

ଅମ୍ଳଜାନ ସହ ଉଦଜାନ ସଂଯୋଗେ

ହୁଏ ଜଳ ଆବିର୍ଭୁତ।।

କେବେ ତ କଠୋର କେବେ ତ ସରଳ

ତରଳ ଗ୍ୟାସୀୟ ହୋଇ,

ସ୍ଵେଦଜ,ଅଣ୍ଡଜ,ଜରାୟୁ,ଉଭିଦେ

କାୟା ପରି ଥାଏ ରହି ।।

ଶାନ୍ତ ଥିଲେ ତୁମେ କଳକଳ ନାଦେ

ମନକୁ ଉଲ୍ଲାସ କର,

ଅଶାନ୍ତ ହୋଇଲେ ପ୍ରଳୟକୁ ରଚି

କରିଥାଅ ନାରଖାର ।।

ଜଳ ସଂରକ୍ଷଣ କର ହେ ମାନବେ

ଶ୍ରେଷ୍ଠ ଧନ ସ୍ରଷ୍ଟାଙ୍କର,

ଜଙ୍ଗଲ ସୁରକ୍ଷା ବନ୍ଧ ବାଡ଼ କରି

ବର୍ଷା ଜଳ ରକ୍ଷା କର।।


ସାଗର କୁମାର ପରିଡା

      ବଡ଼ମ୍ବା,କଟକ

Post a Comment

0 Comments