ଏ ବିଶ୍ୱ ବ୍ରହ୍ମାଣ୍ଡ କି ବିରାଟ କାୟା
ସତେ ଅବା ମୂଲ୍ୟହୀନ
କେବଳ ବସୁଧା ବକ୍ଷେ ଧାରିଅଛି
କୋଟି ଅମୂଲ୍ୟ ଜୀବନ।
ଏ ଜୀବ ଜଗତ ସମ୍ଭବ ହୋଇଛି
ଥିବାରୁ ସଲିଳ ଧାରା
ତାର ବିନୁ ସବୁ କଳ୍ପନାର ଅନ୍ତ
ନିର୍ଜୀବଙ୍କ ପତିଆରା।
ଅବୁଝା ମଣିଷ ପାରେନାହିଁ ବୁଝି
ଜଳ କେତେ ମୂଲ୍ୟବାନ
ଅପଚୟ କରି ପ୍ରଦୂଷିତ କରି
ସଙ୍କଟେ ଟାଣେ ଜୀବନ
ସାରା ପୃଥିବୀରେ ଅନେକ ଦେଶରେ
ହେଉଛି ଜଳ ସଙ୍କଟ
ମଧୁର ଜଳର କମିଚାଲେ ସ୍ତର
ଆଗକୁ ସମସ୍ୟା ଉତ୍କଟ।
ସୁଧୁରି ଯାଅରେ ମାନବ ସମାଜ
ଜଳକୁ ସଞ୍ଚୟ କର
ଜଳ ପ୍ରଦୂଷଣ ନ ରୋକିଲେ ବାବୁ
ମୃତ୍ୟୁ ଦେବ ଡାକ ଘୋର।
ପ୍ରସେନଜିତ୍ ସେଠୀ
ବାଲିଆ, ଗୋପୀନାଥପୁର, ଜଗତସିଂହପୁର


0 Comments