ମଲାଜହ୍ନ - ସଂଗ୍ରାମ ମହାରଣା



(ପ୍ରଶ୍ନ ଉତ୍ତର କାବ୍ୟ) 

ସେ ମତେ ପ୍ରଶ୍ନ କଲେ

 କାହାକୁ ଭଲ ପାଆନ୍ତି? 

ମୁଁ କହିଲି ଯିଏ ଭଲ ଲାଗେ ।। 

ସେ ପୁଣି କହିଲେ ସେମିତି ତ ଅନେକ କିଛି , 

ତା ବୋଲି କଣ ସମସ୍ତଙ୍କୁ ଭଲ ପାଇ ଯିବାର ଅଛି

ମୁଁ କହିଲି ତାହେଲେ ମତେ ଜଣା ନାହିଁ କିଛି ।। 

ସେ କହିଲେ ଜାଣିନ, ନା ସଜ୍ଞା ଖୋଜି ପାଉନ  ।। 

ହସି ଦେଇ କହିଲି 

ଏତେ ବିସ୍ମୟ ଚିହ୍ନ କଣ ପାଇଁ 

ମୋ ମନ ରେ ସେମିତି କିଛି ନାହିଁ ।। 

ଅଭିମାନୀ କଣ୍ଠ ରେ

ଶ୍ୱାସ ରୁଦ୍ଧ କରି ପଚାରିଲେ

କେତେ ଦିନ ଆଉ ସତ ସହ ଲୁଚକାଳି ଖେଳିବ

ନିଜକୁ ଜାଳି ପାଉଁଶ କରି ସାରିବା ପରେ

ପୁଣି ଥରେ ସାହାରା ହବା ପାଇଁ କେତେ ଲଢିବ

ନିଜ କୁ ଠିକ୍ ବୋଲି ପ୍ରମାଣ କରିବା ପାଇଁ

ଅପରାଧ ର କୋଠରୀ ଭିତରେ କେତେ ଲୁଚି ରହିବ  ।। 

ଅସମ୍ଭାଳ ଅବସ୍ଥା ରେ ନିଜକୁ ପାଇଲି

ଲକ୍ଷ୍ମଣ ରେଖା ଡେଇଁ ଆସିଥିବା ଲୁହକୁ

ନିଜ ଆୟତ୍ତ ରେ ଆଣିଲି

ଆଉ ଉତ୍ତର ରଖିଲି

ଅନେକ ଭିତରୁ ବାଛିଥିଲି ସେ ତାରାକୁ

କେତେ ଯେ କହିଲେ ବାମନ ହେଇ 

ହାତ କାହିଁକି ବଢଉଛୁ ଚାନ୍ଦ କୁ

ହେଲେ ବି ମନ ରେ ଥିଲା ଅଖଣ୍ଡ ବିଶ୍ୱାସର ପ୍ରଦୀପ

ସ୍ନେହ ଗଉଣି ବି ଥିଲା ଅମାପ

ହେଲେ ଅନୁଭବ କଲି 

ଲୋଡା ନାହିଁ ତାକୁ ଭଲ ପାଇବାର ଶୂନ୍ଯ ସ୍ଥାନ

ଅନେକଙ୍କ ଆଖିରେ ତା ପାଇଁ 

ଆଉ ସେ ନିଜେ ଗୋଟେ ଅସରନ୍ତି ସ୍ୱପ୍ନ

ଆଉ ବାକି ରହିଗଲି ମୁଁ.. 

କାହାଣୀ ଆରମ୍ଭ ରୁ ତ ମୁଁ ଗୋଟେ ସମ୍ପୂର୍ଣ୍ଣ ମଲା ଜହ୍ନ... 


ସଂଗ୍ରାମ ମହାରଣା

ଇନ୍ଦୁପୁର କେନ୍ଦ୍ରାପଡ଼ା

ମୋ-୯୯୩୮୫୭୯୪୫୬

Post a Comment

0 Comments