ସମୟ - - ସୁଶ୍ରୀ ଆରତି ପଟ୍ଟନାୟକ



ହେ ସମୟ….

ବଦଳି ଯାଇଛ ତୁମେ..

ବଦଳି ଯାଇଛି ତୁମ ଗତି…

ନିଜ ସ୍ରୋତ ରେ ବଦଳାଇ ଦେଇଛ

ତୁମ କାନ୍ତି ଓ ରୀତି ନୀତି….।। 


ଖାଲି ବଦଳି ନାହଁ ତୁମେ… 

ବଦଳାଇ ଦେଇଛ ଅନେକ ସମ୍ପର୍କ ର ଧାରା… 

ପର ଆଜି ନିଜ… 

ଆପଣା ଆଜି ପର… 

ସ୍ମୃତି ଲାଗେ ସବୁ ଅଧୁରା ଅଧୁରା… ।। 


ଅଭୁଲା ଅତୀତ ସ୍ମୃତି ଭାଳି ହୁଏ ଆଜି ମନେ.. 

ପ୍ରଶ୍ନ ଉଙ୍କି ମାରେ ମନ ଅକାଶରେ…… 

ସତେ ଫେରିବ କି ତୁମେ ଦିନେ….. 

ଫେରିବ କି ତୁମେ ଦିନେ…….. ।। 


                                                                           ସୁଶ୍ରୀ ଆରତି ପଟ୍ଟନାୟକ(ଶିକ୍ଷୟିତ୍ରୀ) 

ସୋରଡା , ଗଞ୍ଜମ

Post a Comment

0 Comments