କେବେ ଜଳ ଏଠି ମୃତ୍ୟୁ ର ସଂକଟ
କେବେ ଜୀବନ ପସରା।
କେବେ ଜଳ ଏଠି ସଂଜୀବନୀ ମନ୍ତ୍ର
କେବେ ଅବିରତ ଧାରା।୧।
ଜଳ ବିନା ପ୍ରାଣୀ ଜଗତ
ସୃଷ୍ଟି ନୋହିବ ପରା।
ଚନ୍ଦର ପୃଷ୍ଠରେ ଖୋଜନ୍ତି
ଆମ ବିଜ୍ଞାନୀ ପରା।୨।
ଜୀବନ ବଂଚିବା ପାଇଂକି
ଏହା ପରାଣ ଧନ।
ଜୀବନ ହାରିବା ପାଇଂକି
ଏହା ଅଟେ କାରଣ।୩।
ବୃକ୍ଷ ପରି ଜଳ ସଂଚିବା
ଏହା ଆଜିର ଡାକ।
ଏ ଯୁଗରୁ ଯେବେ ତରିବା
ଜଳ ନ କର ନଷ୍ଟ।୪।
ଜଗଦୀଶ ଶତପଥୀ
ନୀଳକଣ୍ଠ ପୁର।
ଧର୍ମଶାଳା।
ଯାଜପୁର।


0 Comments