
ପ୍ରସ୍ତରେ ଦିଏ ନିତି ଜୀବନ ଦାନ
ତାଙ୍କ ପରି କୁହ କେ ହେବ ମହାନ
ଥର ଥର ହସ୍ତରେ ହତୁଡି ଟି ଧରି
ବଢାଇ ଚାଲିଛି ଉତ୍କଳର ଶିରୀ ।୧।
ଖରା ବର୍ଷା ଶୀତକୁ ଖାତିର ନ କରି
କୌଳିକ ବୃତ୍ତିକୁ ନେଇଛି ଆଦିରି
ବାଲ୍ୟକାଳରୁ ବୃଦ୍ଧ କାଳ ଯାଏ
ଧରିଥାଏ ରଙ୍ଗତୁଳୀ ଆଜୀବନ ସିଏ ।୨।
ଉତ୍କଳର ଧର୍ମ ପରମ୍ପରା ସାହିତ୍ୟ ସଂସ୍କୃତି କୁ
ଜାବୁଡ଼ି ଧରି ବଞ୍ଚାଇ ରଖିଛି ନିଜ ଜୀବିକା କୁ
ପରିଶ୍ରମର ମୂଲ୍ୟ କିଏ ବା ବୁଝୁଛି ତାର
ଦାରିଦ୍ରତା ସାଜିଛି ଏକ ମାତ୍ରା ସାହାରା ତାର।୩।
ନିହାଣ ମୁନରେ ପ୍ରସ୍ତର ଗାତରେ
କଳାକାର ସାଜେ ଏ ରଙ୍ଗମଞ୍ଚରେ
ଲୁହ ଲହୁର ସଂଘର୍ଷ ମଧ୍ୟରେ
ହସାଉ ଥାଏ ସଭିଙ୍କୁ ହସ୍ତର ସ୍ପର୍ଶରେ।୪।
ପ୍ରାଣ ପାଇଛନ୍ତି ଆଜି ବିଘ୍ନ ବିନାଶକ
ସକଳ ସଂସାରର ସେ ଯେ ରକ୍ଷକ
ହରିବେ ନିଶ୍ଚେ ଦୁଃଖ ବୃଦ୍ଧ ବ୍ୟକ୍ତିର
ହସିବ ପୁଣି ତା ସୁନା ସଂସାର।୫।
ମନ ଦୃଢ଼ କରି ଚଲାଇଛି ହସ୍ତ
ହେଇନି ଆଜି ଯାଏ କାହା ଦ୍ବାରସ୍ଥ
ନିଜେ ଖଟି ଖାଇ ସ୍ଵାଭିମାନୀ ବୋଲାଏ
ଉତ୍କଳର ଗାରିମା କୁ ସେ ହିଁ ବଞ୍ଚାଏ।୬।
ରଶ୍ମୀ ବାଳା ଶତପଥୀ
ଯାଜପୁର ଟାଉନ୍,ଯାଜପୁର

0 Comments