
କଳାକାର ସାଜି ଏ ଦୁନିଆ ରଙ୍ଗମଞ୍ଚ ରେ
ଅଭିନୟ କରିଚାଲିଛି ଚରିତ୍ରର ଚାହିଦାରେ
କାରିଗର ସାଜି ସୃଷ୍ଟି କରୁଛି ସୃଷ୍ଟିକର୍ତ୍ତାଙ୍କୁ
ହାତରେ ନିହାଣ ହାତୁଡି ଧରି।।
ବିଧାତା ଦେଇଛି ଗଢି କେତେ ନିୟମ
ପେଷାଦାର କାରିଗର ମୁଁ
ଗଢେ ଭଳି କି ଭଳି ମୂର୍ତ୍ତୀମାନ
ବୃତ୍ତିରେ ମୁଁ ପୋଷେ କୁଟୁମ୍ବ ।।
ଅବର୍ଣନୀୟ ଅଣାକାର ରୂପ
ନିର୍ଜୀବ ବସ୍ତୁ ରେ ବାସ
କାଠ ପଥରେ ଦିଶେ ସ୍ବରୂପ
ଧାରେ ରଙ୍ଗତୂଳୀ ରେ ବେଶ ଅପରୂପ ।।
ଗଢା ସିନା କାଠ ପଥରରେ
ସ୍ଥାନ ପାଏ ସିଏ ମନ୍ଦିରରେ
ଭକ୍ତ ଭକ୍ତିରେ ଯାଏ ମଗ୍ନ ହୋଇ
ପୂଜା କରେ ଧୂପ ନୈବେଦ୍ୟ ଦେଇ ।।
ସୃଷ୍ଟି କର୍ତ୍ତା ଙ୍କର ଏହା ବରଦାନ
କାରିଗର ହୋଇ ଜୀବନ ଧନ୍ୟ
ସାତରଙ୍ଗ ନେଇ ଦିଏ ମାଖି
ଯେମିତି ନଜର ଯାଏ ଲାଖି ।।
ନାଟ୍ଯକାର ସାଜି ଏ ବିଧାତା
କର୍ମ ର ବାଣୀ ବୁଝାଇଛି
ଆପଣା କର୍ମରେ ମୁଁ ମଜ୍ଜି ରହି
କାରିଗରୀ କାମ କରୁଅଛି ।।
ସାଗରିକା ସାହୁ
ଛତିଆ, ଯାଜପୁର

0 Comments