ଜଳ ହିଁ ଜୀବନ - ଯୋଗେଶ୍ୱର ଗହୀର



ପଞ୍ଚ ମହାଭୂତେ ଗଢା ଏ ଜଗତ 

ଜଳ ତହିଁ ମଧ୍ୟେ ସାର

ଜଳ କଣା ବିନା ସଜୀବ ଦେହଟା 

କ୍ଷଣକେ ହୁଏ ଅନ୍ଧାର । 


ପ୍ରାଣୀ ଶରୀରରେ ଜୀବନ ସଂଚା ରେ 

ଶିରା ପ୍ରଶିରାରେ ବହି 

ସବୁଜ ଉଦ୍ଭିଦ  ବିନିଯୋଗେ ବଳେ 

ଖାଦ୍ୟ ପ୍ରସ୍ତୁତ କରଇ । 


ଜଳ ଅଭାବରେ ମରୁ ଅଞ୍ଚଳରେ 

କଳବଳ ହୁଏ ପ୍ରାଣ 

ଟୋପେ ପାଣି ପାଇଁ ଛଟପଟ ହୁଏ 

ଜଳ ବିନେ ଯେହ୍ନେ ମୀନ । 


ସୌର ତାପ ବଳେ ଅଗ୍ନିସମ ଜଳି 

ଜିବେ ଛାଡି ଥାନ୍ତି ଡାକ 

ପ୍ରଥମ ଟୋପାରେ ତୃପ୍ତି ଲାଭକରି 

ଭୁଲିଥାନ୍ତି ସବୁ ଦୁଃଖ । 


ଜଳ ବିନେ ସୃଷ୍ଟି ନାଶ ଯେ ହୁଅଇ 

ଜଳ ବହୁଳେ ବି ଶେଷ 

ଜଳର ସଙ୍କଟ ମାଡି ଆସୁଅଛି 

କରିବ ସଭିଙ୍କୁ ଗ୍ରାସ । 



 ଯୋଗେଶ୍ୱର ଗହୀର, କେସିଙ୍ଗା

କଳାହାଣ୍ଡି

Post a Comment

0 Comments