ଜଳ ହିଁ ଜୀବନ - ସବିତା ନାୟକ




ଜଳରେ ସୃଷ୍ଟି ଜଳରେ ସ୍ଥିତି

ଜଳରେ ଗଢା ଜୀବନ

ଜଳବିନା ନାହିଁ ଅସ୍ତିତ୍ବ

ମରୂଭୂମି ବୋଲି ଜାଣ।

କୃଷକ କୃଷି କରେ ଯତନେ

ବାରିଧାରାକୁ ପାଇ

ଧରଣୀରାଣି ହସିଉଠଇ 

ସବୁଜିମାମୟ ହୋଇ।

ଘରେଘରେ ଆଜି ବିଜୁଳି ଆଲୁଅ

ଜଳର କମାଲ ଅଟେ

କଳକାରଖାନା ଚାଲଇ ପରା

ଅତି ସୂଚାରୁ ରୂପେ।

ବୃକ୍ଷରୋପଣ ସଭିଏଁ କରିବା

ଜଳକୁ ରଖିବା ସ୍ବଛ

ଅଳିଆ ଅସନା ନଦୀ ହ୍ରଦରେ

ନଛାଡିବାକୁ କର ପ୍ରଣ।

ଜଳ ସ୍ବଛ ହେଲେ ଜୀବନ ରହିବ

ନହେଲେ ସୃଷ୍ଟିର ନାଶ

ବୁନ୍ଦା ବୁନ୍ଦା ଜଳ ସଞ୍ଚୟ କରିବା

ସଚେତନ ହେବା ଆସ।


ସବିତା ନାୟକ

ଶିକ୍ଷୟତ୍ରୀ

ମାଧବାନନ୍ଦ ଜିଉ ସରକାରୀ ଉଚ୍ଚ ବିଦ୍ୟାଳୟ

ମାଧବ,ନୀଆଳି,କଟକ

Post a Comment

0 Comments