ସ୍ବପ୍ନ ର ବାଲିଘର - ଶୁଭସ୍ମିତା ମଲ୍ଲିକ

 


ଶୁଣିଥିଲି ସ୍ବପ୍ନ କେବେ ସତ ହୁଏ ନା

             ତଥାପି ମୁଁ ସ୍ୱପ୍ନ ଦେଖି ଚାଲିଥିଲି

ବଞ୍ଚିବାର ସ୍ବପ୍ନ ଭୁଲି ଯାଇ 

           ସ୍ବପ୍ନ କୁ ସଜେଇବାରେ ଲାଗିଥିଲି....

 ଜାଣି ନ ଥିଲି ସ୍ୱପ୍ନ ଦେଖିବା ଭଲ ବୋଲି

  ସ୍ୱପ୍ନ ଦେଖି ମନର ମଣିସ ଟିଏ ଗଢିଦେଲି

 ଗଢା ମଣିସ ଶହ ବଞ୍ଚିବା ପାଇଁ

       ତା ହାତରେ କଥା ଦେଇଦେଲି

 ଜାଣେନା ମୋ ସ୍ୱପ୍ନ କେବେ ସତ ହବ

 ତଥାପି ତା ପାଦ ସହ ପାଦ ମିଶାଈ

ଚାଲୁଥିବି

ସ୍ୱପ୍ନ ରେ ତାକୁ ଦେଖି ଦେଖି 

         ତାକୁ ଏତେ ଭଲ ପାଇଗଲି

ଜୀବନର ସାଥୀ କରିବାକୁ

           ହୃଦୟ ରେ ଜାଗା ଦେଇ ଦେଲି

           ହୃଦୟ ରେ ଜାଗା ଦେଇ ଦେଲି

     


        ଶୁଭସ୍ମିତା ମଲ୍ଲିକ     

      ବୀଣାପାଣି ନୋଡାଲ ଇଉ.ପି. ସ୍କୁଲ,କେତାଙ୍ଗ,ଢେଙ୍କିକୋଟ, କେନ୍ଦୁଝର

           

Post a Comment

0 Comments