
ଓହୋ ବାପା!!! I ମୁଁ ଏବେ ଆଉ ଛୋଟ ପିଲା ହେଇକି ନାହିଁ l ମୁଁ ବଡ଼ ହୋଇ ଗଲାଣି, ମୋର ବୁଝିବାର ବୟସ ହେଲାଣି, ସବୁବଳେ ସେଇ ଗୋଟିଏ କଥା, ମତେ ଆଉ ଭଲ ଲାଗୁନି ସେସବୁ lମା ଦେଖେ ନା ବାପା କେମିତି ଘରେ ବି ସେଇ ଆର୍ମି ଙ୍କ ପରିକା କଥା ହେଉଛନ୍ତି l
ବାପା ମୁଁ ତୁମ ର ସବୁ କଥା ମାନିବି l ମୁଁ ବି ଆର୍ମି ରେ ଯଏନ କରିବି କିନ୍ତୁ ଡାକ୍ତର ଭାବରେ l ମୋର ଡାକ୍ତର ହେବା କୁ ଇଚ୍ଛା l ତମେ ଆଉ ବେସ୍ତ ହୁଅନି l ବାପା ଙ୍କର ଘରକୁ ଆସିବା ମାତ୍ର ୧୫ ଦିନ l ସେ ପୁଣି ୨ବର୍ଷ ଭିତରେ l ମୋର ଭାରି ଇଚ୍ଛା ଥାଏ ବାପା ୨ମାସ ଘରେ ରହିବେ l ମୁଁ ଆଉ ମା ତାଙ୍କ ସହିତ କିଛି ସମୟ କାଟିବୁ l ଟିକେ ବୁଲାବୁଲି କରିବୁ, ବହୁତୁ ସପିଙ୍ଗି କରିବୁ, ବାହାରକୁ ବୁଲିବାକୁ ଯିବୁ l ମୋର ସବୁ ଇଚ୍ଛା, ସବୁ ସ୍ୱପ୍ନ ସ୍ୱପ୍ନରେ ରହିଗଲା l ବାପା ଙ୍କ ର ହଠାତ୍ ଫୋନ ଆସିଲା, ତାଙ୍କୁ ଏବେ ହିଁ ଯିବାକୁ ପଡିବ l ସେ ତାଙ୍କର ସବୁ ଜିନିଷ ପ୍ୟାକ୍ କଲେ, ଆଉ ଯିବାପାଇଁ ବାହାରିଲେ, ମୁଁ ମନ ଦୁଃଖ ରେ ଛିଡା ହୋଇ ଥାଏ, ମା ର ବି ମନ ଖରାପ l
ବାପା ଆମ ସମସ୍ତଙ୍କୁ ବୁଝେଇ ଦେଲେ ସେ ଦେଶସେବା ରେ ନିଜକୁ ନିୟୋଜିତ କରିଛନ୍ତି l ତାଙ୍କ ପରିବାର ପାଇଁ ସେ କେବେବି ଦେଶର କୌଣସି କ୍ଷତି ହବାକୁ ଦେଇ ପାରିବେନି l ମୋ ପରିବାର ଠାରୁ ମୋ ଦେଶ ମୋ ପାଇଁ ମହାନ୍ l ବାପା ବାହାରି ଗଲେ, ମୁଁ ଆଉ ମା ଠିଆ ହୋଇ ଥାଉ, ମା ମୋତେ ଚାହିଁଲେ ଆଉ କହିଲେ ତୁ ଯେବେ ବଡ ହେଇଯିବୁ ସେତେବେଳେ ବୁଝିବୁ ବାପା ତୋର କେତେ ମହାନ୍ l ମୋର କିନ୍ତୁ ବାପା ଙ୍କର ସେ ମହାନ୍ ତା ଦରକାର ନଥିଲା, ଥିଲା କେବଳ ବାପା ଙ୍କର ଟିକିଏ ସ୍ନେହ l ଯୋଉଁଟା ବାପା ଦେଶ ପାଇଁ ତ୍ୟାଗ କରିଥିଲେ l
ଚାହୁଁ ଚାହୁଁ ବାପା ଙ୍କର ଯିବା ୨ମାସ ହୋଇ ଗଲାଣି, ସେ ସବୁବେଳେ ଘରକୁ ଫୋନ କରନ୍ତି, ଘରର ଭଲମନ୍ଦ, ଜେଜେମା ଙ୍କ କଥା, ମୋର ପାଠ ପଢା ସବୁ ପଚାରି ବୁଝନ୍ତି l କେଜାଣି ଏଇ ୩ଦିନ ହେବ ତାଙ୍କର କଣ ହେଇଛି ଘରକୁ ଥରେବି ଫୋନ କରିନାହାନ୍ତି l ମା ବ୍ୟସ୍ତ ହେଇଥିଲେ ମଧ୍ୟ ମତେ ଦେଖିଲେ କୁହନ୍ତି ବାପା ତୋର କୌଣସି ଗୋଟେ କାମରେ ବ୍ୟସ୍ତ ଅଛନ୍ତି, ସେ ଫୋନ କରିବେ l ଏମିତି ଦେଖୁ ଦେଖୁ ୫ଦିନ ବିତିଗଲା, ମା ବି ବ୍ୟସ୍ତ ହୋଇ ପଡିଲେ l ହଠାତ୍ ଗୋଟେ ଫୋନ ଆସିଲା, ମା ପୁରା ସ୍ଥିର ହୋଇଗଲେ, ମୁଁ ଯେତେ ଯାହା ପଚାରିଲି କିଛି କହିଲେ ନାହିଁ, କାନ୍ଦିବାକୁ ଲାଗିଲେ, ଜେଜେମା ବି ବ୍ୟସ୍ତ ହେଇକି ପଚାରିଲା, ମା ଉତ୍ତର ଦେଲେ ୟାଙ୍କୁ କିଏ ଅପହରଣ କରି ନେଇଛନ୍ତି l ଜେଜେମା ବି କାନ୍ଦିବା କୁ ଲାଗିଲେ, ମୁଁ ସ୍ଥିର ହୋଇ ରହିଗଲଲି l ମା ନିଜକୁ ସମ୍ଭାଳି ନେଇ କହିଲେ ବ୍ୟସ୍ତ ହଅନି ବାପା ମିଳିଯିବେ, ତାଙ୍କୁ ମାଓବାଦୀ ଅପହରଣ କରିନେଇଛନ୍ତି l ସରକାରଙ୍କ ତରଫରୁ ସବୁ ପ୍ରକାର ବ୍ଯବସ୍ଥା କରଯାଉଛି ବାପା ଙ୍କୁ ଖୋଜିବା ପାଇଁ l ଆମକୁ ଅନୁରୋଧ କରାଯାଇଛି ଏହାକୁ ଅଫିସିଆଲି ରଖିବାକୁ l ମାଓନେତା କିଛି ଡିମାଣ୍ଡ ରଖି ପାରନ୍ତି, ଡିମାଣ୍ଡ ପୂରଣ କଲେ ବାପା ଙ୍କୁ ଛାଡ଼ିଦେବେ l ୟାରି ଭିତରେ ଅନେକ ଦିନ ବିତି ଯାଇଥିଲେ ମଧ୍ୟ ବାପା ଙ୍କର କୌଣସି ଖବର ମିଳୁନି l ମା ର ବିଶ୍ଵାସ ଅଛି ବାପା ଦିନେନାଦିନେ ଫେରିବେ l
ବାପା ଆଜି ଆମ ପାଖରେ ନାହାନ୍ତି।କିନ୍ତୁ ତାଙ୍କର ପ୍ରତ୍ୟେକଟି କଥା ମତେ ପ୍ରେରଣା ଦଉଛି ଆଗକୁ ଯିବାକୁ lଯେଉଁ କଥା କୁ ସେ ବାରମ୍ବାର କହୁଥିଲେ ମତେ ରାଗ ଲାଗୁ ଥିଲା ମୁଁ ଆଜି ସେସବୁର ମହୋତ୍ତ ବୁଝୁଛି l ସମୟ ର ମୂଲ୍ୟ, ପାଠପଢା ର ମହୋତ୍ତ , ଅହଙ୍କାର ଠାରୁ ଦୁରେଇ ରହିବା, ନିଜକୁ ନିଜେ ବୁଝିବା, ଦେଶସେବା ର ମହୋତ୍ତ, ଏସବୁ ବାପା ବାରମ୍ବାର କହୁଥିଲେ, ଆଉ ମୁଁ ରାଗୁଥିଲି, ଆଜି ମୁଁ ବୁଝୁଚି ବାପା ମୋର କେତେ ମହାନ୍ ଥିଲେ l ବାପା ଙ୍କ ର ସେଇ ପ୍ରତ୍ୟେକ ଟି କଥା ଆଜି ମତେ ପ୍ରେରଣା ଦଉଛି ଆଗକୁ ଯିବା ପାଇଁ l ମୁଁ ବାପା ଙ୍କର ସ୍ୱପ୍ନ କୁ ପୂରଣ କରିପାରିଛି , ମୁଁ ଜଣେ ଡାକ୍ତର ଭାବରେ ଇଣ୍ଡିଆନ୍ ଆର୍ମି ରେ ଯଏନି କରିଛି l ବାପା ଯଦି ଏ ସବୁ ଜାଣି ପାରନ୍ତେ କେତେ ଖୁସି ହୁଅନ୍ତେ l ସବୁ ଖୁସି ଭିତରେ ବି ମା କି ମୁଁ କେହି ଖୁସି ହୋଇପାରୁନାହୁଁ l କାହିଁକି ନା ବାପା ଙ୍କର କୌଣସି ଖବର ମିଳୁନି l
ସେଦିନର ସନ୍ଧ୍ୟା ହଠାତ୍ ସବୁକିଛି ବଦଳେଇ ଦେଲା !!!!ମୁଁ ଘରକୁ ଆସିଥାଏ, ମା ମତେ ବାପାଙ୍କ କଥା ପାରୁଥିଲେ, ବାପା ହଠାତ୍ ଆସି ପହଞ୍ଚି ଗଲେ, ମୁଁ ଆଉ ମା ଆଶ୍ଚର୍ଯ୍ୟ ଭାବରେ ଚାହିଁ ଥାଉ!!!!! I କିଛି ବୁଝିବା ଆଗରୁ ବାପା କହିଲେ ସେ କିଛି ଅଫିସିଆଲ କାମରେ ବାହାରକୁ ଯାଇଥିଲେ, ସମସ୍ତ ଙ୍କୁ ନଜଣେଇକି l ମୁଁ ଓ ମା ବାପା ଙ୍କ ଉପରେ ରାଗିଲୁ l ବାପା କହିଲେ ବେଳେ ବେଳେ ଦେଶସେବା ପାଇଁ ଏମିତି କରିବାକୁ ହୁଏ।ବାପା ମୋ ପାଇଁ ଯେତିକି ଗର୍ବ ଅନୁଭବ କରୁଥିଲେ ମୁଁ ବି ତାଙ୍କ ପାଇଁ ସେତିକି ଗର୍ବ ଅନୁଭବ କରୁଥିଲି l କାରଣ ମୁଁ ବୁଝି ସାରିଥିଲି ଦେଶସେବା କେତେ ଆନନ୍ଦ ଥାଏ ll
ଜୟହିନ୍ଦ୍
"" ମୋ ବାପା ମୋ ପ୍ରେରଣା""
ମିରା ବିଶ୍ୱାଳ
ଡେରୁଣିଆ, ବାଲିସାହି
ଅସ୍ତରଙ୍ଗ, ପୁରୀ

0 Comments