
ନିର୍ଜନ ସେହି ଅନ୍ଧକାର ରାତ୍ରିରେ
ଏକା ବସି ଭାବୁଥିଲି
ବହୁଦୂର ପୁଣି ଭାସି ଆସୁଥିଲା
ମଧୁର ସୁର ଶୁଣୁଥିଲି ।
କାହା ଶବ୍ବ ଇଏ ବହୁ ଦୁରରୁ ତ
ମହ୍ଲାରରେ ଭାସିଆସେ
ମଧୁର ସ୍ୱନ ସେ ପାଉଁଜିର ଶବ୍ବ
ମନମୋର ପୁଣି ରସେ ।
ରଣୁଝୁଣୁ ସେଇ ପାଉଁଜିର ଶବ୍ବ
ଶୁଣି କାନ ମୋର ସ୍ତବ୍ଧ
କାହା ପାଦରେ ଶୋଭା ବଢାଉଛି
ଜାଣିବାକୁ ଭାରି ବ୍ୟସ୍ତ ।
ଦେଖିବାକୁ ଇଚ୍ଛା ସେହି ସୁନ୍ଦରୀକୁ
ପାଉଜି ଯା ପାଦେ ସଜା
ସ୍ୱର୍ଗଚ୍ୟୂତ ରମ୍ଭା ମେନକା ନା ସେହି
କୁଟିରରେ ପାଏ ପୂଜା ।
ସ୍ବେଦସିକ୍ତରେ ଭିଜା କି ତା ଶରୀର
ଫୁଲରେ ସିଏ ଶୋଭିତ
କାହା ମନର ରାଣୀଟିଏ ସତେ
ଯୌବନରେ ପାରିଜାତ ।
ପାଦ ତା ଚଞ୍ଚଳ ଅତି ସୁକୁମାରୀ
ରୁଣୁଝୁଣୁ ସୁରେ ଛନ୍ଦା
କେଡେ ସୁନ୍ଦର ପାଦର ପାଉଁଜି
ପ୍ରିତି ଫାନ୍ଧେ ସିଏ ବନ୍ଧା ।
ଜୟଶ୍ରୀ ମେହେର
ବନୁପାଲି ଜିଲ୍ଲା ବରଗଡ଼

0 Comments