
ନାରୀ ରତନଙ୍କୁ ରତନ ଭୂଷଣ
ଗଭାରେ ଗଜରା ଥିଲେ ଟି ଖଞ୍ଜି
ମଥାକୁ ସିନ୍ଦୂର ନେତ୍ରକୁ କଜ୍ଜଳ
ପାଦେ ବାନ୍ଧିଲେ "ପାଦର ପାଉଁଜି" (୧)
ଶିଶୁର ଦରୋଟି କଥା ଟି ସୁନ୍ଦର
ମିଠା ହସ ରଖେ ହୃଦରେ ବାନ୍ଧି
ଶିଶୁକନ୍ୟା ଟିର ଠୂକୁ ଠୁକୁ ଚାଲି
ରୁଣୁ ଝୁଣୁ ତା ପାଦର ପାଉଁଜି(୨)
ମନେ ପଡେ ମୋର ପ୍ରିୟା ର ସୁନ୍ଦର
ପାଦେ ବାନ୍ଧିଲେ ପାଦର ପାଉଁଜି
ଅଳତା ଧାର ର ରକ୍ତିମ ଆଭା ରେ
ନୀଳ ଶାଢ଼ୀ ତାର ଶୋଭା ରେ ମଜ୍ଜି(୩)
ରୁଣୁ ଝୁଣୁ ନାଦେ ପୁରି ଉଠୁଥିଲା
ସଙ୍ଗୀତ ସୁର କି ଦେଇଛି ଛନ୍ଦି
ହୃଦୟ ମୋହର କହି ଉଠୁଥିଲା
ବିହି କିମ୍ପା ଦୁଇ ଆତ୍ମା କରୁଥିଲା
ଗୋଟିଏ କି ପାରି ନଥାନ୍ତା ସର୍ଜ୍ଜି (୪)
ମନେ ଅଛି ଦିନେ ଗାଧୁଆ ତୁଠରେ
ଥରେ ତା ପାଉଁଜି ଗଲା ତ ହଜି
ପାଣିରେ ବୁଡ଼ିଲି ପାଉଁଜି ଆଣିଲି
ଅଥଳ ଜଳରୁ ପାଇଲି ଖୋଜି(୫)
ସେହି ଦିନ ଠାରୁ ମୋ ପ୍ରିୟା ସାଇତି
ରଖିଛି ପାଉଞ୍ଜି ଅସଲ ଚାନ୍ଦି
ସ୍ମୃତି ର ମୋ ସେହି ପାଦର ପାଉଁଜି
ସାଉଁଟି ଆଣୁଛି ଅତୀତ ଆଜି(୬)
ମାୟାଧର ପଣ୍ଡା
ଗୌଡ଼ନୂଆଗାଁ
ବେଗୁନିଆ
ଖୋର୍ଦ୍ଧା
୯୧୭୮୨୭୩୫୨୫

0 Comments