ଝିଅ ଟିଏ ନାଏ କେତେ ଅଳଙ୍କାର
ମନକୁ ନିଅଇ କିଣି,
ପାଦର ପାଉଁଜି ତା ମଧ୍ୟେ ନିଆରା
ହୃଦ ନାଚେ ଶବ୍ଦ ଶୁଣି।(୧)
ବାଟେ ଯେବେ ଯାଏ ନବୀନା ତରୁଣୀ
ତା ପାଦ ପାଉଁଜି ବାଜେ,
ଆଲୋଡ଼ନ ଖେଳେ କୋଟି ହୃଦୟରେ
ପ୍ରେମରେ ମନଟି ହଜେ।(୨)
ଚାଲି ଟି ସୁନ୍ଦର ଯେବେ ଥାଏ ପାଦେ
ରୂପାର ହଳେ ପାଉଁଜି,
ତାର ବିନା ଚାଲି ନ ରୁଚଇ କାରେ
ମାଧୁର୍ଯ୍ୟ ଯାଏ ତା ହଜି ।(୩)
ଶ୍ୟାମ ଜିଣୁଥିଲେ ମୁରଲୀର ସ୍ଵନେ
ରାଧିକାର ମନ ନିତି,
ରାଧିକା ବି ତାର ପାଉଁଜି ଶବ୍ଦରେ
ଶ୍ୟାମଙ୍କ ଭୁଲାଏ ମତି।(୪)
ସ୍ଥାନ ତାର ସିନା ପାଦରେ ଅଟଇ
ନୀଚ ନୁହେଁ ତାର ମାନ,
ମଧୁର ଶବ୍ଦରେ ମନ ଜିଣେ ନିତି
ସାର୍ଥକ କରେ ଯୌବନ।(୫)
କି ଦିନ ଆସିଲା ଆଧୁନିକତାର
ପାଉଁଜି ମହତ୍ତ୍ୱ ଗଲା
ଷ୍ଟାଇଲ ମାରିଣ ଯୁବତୀ ବୁଲନ୍ତି
ପାଦକୁ ରଖି ଫୁଙ୍ଗୁଳା!!(୬)
*ପ୍ରସେନଜିତ୍ ସେଠୀ,*
*ବାଲିଆ, ଗୋପୀନାଥପୁର, ଜଗତସିଂହପୁର*


0 Comments