କଳ୍ପନା ରାଇଜେ ଆଲୋଡନ ଭରେ
ପ୍ରିୟାର ପାଦ ପାଉଁଜି
ଶବ୍ଦ ମାଦକତା ପୁଲକ ଖେଳାଏ
ଇଛା ହୁଏ ଯିବି ହଜି।
ଶୂନ୍ଯ ଅବଶୋଷ ପାହାଚ ଡେଇଁଣ
ମନହୁଏ ଛୁଇଁବାକୁ
ପ୍ରୀତି ରଙ୍ଗ ମାଖି ପ୍ରେମ ଫଗୁଣରେ
ତାକୁ ବି ଭିଜେଇବାକୁ।
ଅଚ୍ଛେଦ୍ୟ ବନ୍ଧନ ପରି ସ୍ମୁତି ସବୁ
ଜାଗି ଉଠେ ବେଳେ ବେଳେ
ବିକ୍ଷିପ୍ତ ଅତୀତ ଆସ୍ତରଣ ସାଜି
ଅପସରି ଯିବ କାଳେ।
ଅଭୁଲା ସ୍ମୃତିର ଚହଟା ବାସକୁ
ଯେବେ ଆଲିଙ୍ଗନ କରେ
ଅସୁମାରୀ ପ୍ରେମ ସୁଖ ହୋଇଯାଏ
ଅଦେଖା ପ୍ରୀତୀ ଛୁଆଁରେ।
ସମର୍ପଣ ଧାରା ହୁଏ ପରିବ୍ୟାପ୍ତ
ଅନ୍ତରଙ୍ଗ ଅଭିମାନେ
ପ୍ରିୟା ଯେବେ ଖୋଲେ ପାଦର ପାଉଁଜି
ବିଷାଦ ଘାରେ ଏ ମନେ।
ପାଉଁଜି ଯେବେ ମୋ ପ୍ରିୟା ପାଦରେ
ଆଙ୍କେ ଅଭିମାନ ସ୍ଵର
ଅଧୁରା ସ୍ୱପ୍ନ ମୋ ପୁର୍ଣ୍ଣତା ଖୋଜେ
ଜାଗିଉଠେ ଅନ୍ତଃସ୍ଵର।
*ଅନୁଶୟା ଦାସ*
*ସମ୍ପାଦିକା, କେଦାର ଭାରତୀ ସାହିତ୍ୟ ପତ୍ରିକା*


0 Comments