
ପାଦର ପାଉଁଜି ରୁଣୁଝୁଣୁ କରି
ଆସୁଛି ମୋର ପ୍ରିୟା ।
ହୃଦୟରେ ମୋର ସିହରଣ ଖେଳେ
କଥା ସତେ ଅକୁହା ।।
ଅବୁଝା ଏ ମନ ବୋଲ ମାନେ ନାହିଁ
ଶୁଣି ପାଉଁଜି ଶବଦ ।
ପ୍ରିୟା ମୋ ଆସିବ ପାଖରେ ବସିବ
କରିବ ମୋ ସାଙ୍ଗେ ବାଦ ।।
ଛପି ଛପି ଆସ ସପନରେ ନିତି
ସତରେ ଆସିବ କେବେ ।
ଶୁଣିବାକୁ ଚାହେଁ ତୁମ ରୁଣୁଝୁଣୁ
ଆସିବ ସତରେ ଯେବେ ।।
ପାଗଳ କରଇ ପାଉଁଜି ପ୍ରିୟାର
ମନ ହୁଏ ଆନମନା ।
ପାଇବାକୁ ଥରେ ତୁମ ହାତ ସ୍ପର୍ଶ
କରଇ କେତେ ବାହାନା ।।
ରାକେଶ ମାହାଣା
ବାଲିପାଟଣା ,ଖୋର୍ଦ୍ଧା
ମୋ - ୯୪୩୯୨୯୪୬୮୭

0 Comments