ପାଦର ପାଉଁଜି - ଶିବ ପ୍ରସାଦ ସାହୁ



ତୁମ ପାଦ ପିନ୍ଧା ପାଉଁଜି ଶବଦେ

        ହେଉଥିଲି ଆନମନା

ଆଜି ସେ ପାଉଁଜି ଶବଦ ମୋ ପାଇଁ

         ସ୍ମୃତି ପାଲଟିଛି ସିନା ।।

ତୁମରି ପାଦର ପାଉଁଜିଟି ଥିଲା 

          ଆମରି ପ୍ରେମର ସାକ୍ଷୀ

ଭାବୁଅଛି ମୁହିଁ ସେଥିରେ କାହାର      

         ନଜର ଗଲାକି ଲାଖି ।।

କେତେ ବର୍ଷା ଶୀତ ବସନ୍ତ ଯାଇଛି

           ଗ୍ରୀଷ୍ମ ବି ଯାଇଛି ବିତି

ମୋ ମନ ଅଗଣା ଭିତରେ ସେ ଶବ୍ଦ

          ଶୁଭୁଅଛି ଦିନରାତି ।।

ମଥାରେ ସିନ୍ଦୂର ପାଦରେ ପାଉଁଜି

           ମୋ ପାଇଁ ହିଁ ପିନ୍ଧିଥିଲ

ମନର ମନ୍ଦିରେ ହୃଦୟ ଠାକୁର

          ମୋତେ ସ୍ବପ୍ନ ଦେଖିଥିଲ ।।

ଜୀବନ ରୂପକ ନାଟକ ଭିତରେ

          ସମୟ କି ଦେଲା ଠକି

ତୁମେ ଦୁଃଖୀ ଅବା ସୁଖୀ ହୋଇଅଛ

           ଜାଣିନି, ମୁଁ କିନ୍ତୁ ଦୁଃଖୀ ।।

ପ୍ରେମର ସମ୍ପର୍କ ଅତୁଟ ବନ୍ଧନ

           ତୁମ ନାମ ମନେପଡ଼େ 

ନୁହେଁ ମୁଁ କେଦାର ନୁହେଁ ମୁଁ ମଜନୁ

           ତୁମ ପାଇଁ ନୀଡ଼ ଗଢେ ।।


 ଶିବ ପ୍ରସାଦ ସାହୁ

ଗୋପିନାଥପୁର ସାହି

ଚାନ୍ଦପୁର, ନୟାଗଡ଼

ମୋ-୯୬୯୨୩୭୪୬୫୯

Post a Comment

0 Comments