
ପାଦର ପାଉଁଜି ତୋର ବାଇଆ କଲା
କାନ ଝୁମୁକା ସତେ ମୋ 'ମନ କିଣିଲା |
ନାଲି ରଙ୍ଗ ଓଢଣିକୁ ମଲ୍ଲୀ ଗଜରା
ଚିକି ମିକି ଆଖି ତୋର କେଶ କହରା |
କୃଷ୍ଣଚୂଡ଼ା ରଙ୍ଗର ତୁ ପିନ୍ଧୁଛୁ ଶାଢ଼ୀ
ନିଦ ହଜିଗଲା ମୋର ଆଲୋ ସୁନ୍ଦରୀ |
ଝିଅ ନୁହେଁ ପରୀଟିଏ ମୋ ମନେ ସାଇତା
କେତେ ଦିନ କେତେ ରାତି ଭାବିଛି ତୋ କଥା |
ସପନ କି ସତ ହବ କହଲୋ ରୂପସୀ
ବୋହୂ ବେଶେ ଦେଖିବି ମୁଁ,ମନେ ହୁଏଖୁସି |
ନାମ -ଚୁମ୍କି ଦାଶ ମିଶ୍ର
ଜିଲ୍ଲା -ବଲାଙ୍ଗୀର

0 Comments