ପାଦର ପାଉଁଜି - ଏସ୍ ଶ୍ରୀମନ୍ ନାରାୟଣ ପାତ୍ର




ପାଉଁଜି ବିନା ଭାରତୀୟ ନାରୀର

ଆଭୂଷଣ ରହିଯାଏ ଅଧୁରା,

ପ୍ରାକୃତିକ ସଙ୍ଗୀତ ସୃଷ୍ଟି କରେ 

ଭାବ ସେ ଅପସୋରା ।।୧।।


ଆସିଲେ ପ୍ରିୟା ମୋ ପାଖକୁ

ଶୁଣି ପାଉଁଜି ଶବଦ,

ମୋ ରୋଗ ଭଲ ହୋଇଯାଏ

ଦରକାର ନାହିଁ ବଇଦ ।।୨।।


ସକାଳୁ ସକାଳୁ ନିଦ ଭାଙ୍ଗିଦିଏ

ତାର ପାଉଁଜି ସୁରରେ, 

ରୋମାଣ୍ଟିକ ହୋଇଯାଏ ମୁଁ ଛାଡି

ରାମ ରାମ ହରେ ହରେ ।।୩।।


ଭାର୍ଯ୍ୟାର ରିମଝିମ୍ ପାଉଁଜି ଶବଦେ

ମୋର ପେଟ ପୁରିଯାଏ,

ନୂଆ ବାହା ହୋଇ ପ୍ରେମ କଲେ 

ବୋଧେ ଏମିତି ହୁଏ ।।୪।।


ନୂଆ ପାଉଁଜି ଆଣିବାକୁ ମନ

କଲେ ଘରଣୀ ମୋର,

ଗେଲରେ କହିଲେ ହେଇଟି ସନ୍ଧ୍ୟାରେ

ଯିବା ଆମେ ବଜାର ।।୫।।


ପେରେମ ଫେରେମ ସବୁ ଉଭେଇଗଲା

ରୂପା ଦାମ ଶୁଣିଲି,

ଆହେ କି ଗୋଳକଧନ୍ଦାରେ ଠେଲିଲ

ମୁଣ୍ଡରେ ହାତ ଦେଇଦେଲି ।।୬।।


ଏସ୍ ଶ୍ରୀମନ ନାରାୟଣ ପାତ୍ର 

ବଡଗଡ଼ , ଗଞ୍ଜାମ

Post a Comment

0 Comments