
ପାବନ ଧରମ ଲାକ୍ଷା ରକ୍ତ ଛବି
ପ୍ରିତୀ ପ୍ରଣୟର ଗାଥା
ଝୁମଝୁମତାନ ନବରାଗିଣୀ ର
ମନରେ ଅଂକାଏ ବ୍ଯଥା ।୧
ଦରୋଟି ଓଠରେ ହସସ୍ମିତଧାରେ
ଅଂକୁରିତ ପ୍ରିୟା ମନେ
ନବିନ ଧାରଣା କି ଶଳୟ ପ୍ରାୟେ
ଉନ୍ମାଦନା ପ୍ରିତିଦାନେ ॥୨
ରମା ଉମାଲକ୍ଷ୍ମୀଏକତ୍ରିତ ରୂପ
ପ୍ରିୟାର ପ୍ରତିଙ୍କପନେ
ସମାଜବଂଧନ ରାଧା କୃଷ୍ଣେ ମନ
ଜାଗରିତ ଓ ସ୍ଵପନେ | ୩
ପାଳନୀୟ ଧାରା ଅଂକୁରିତ ତାରା
ଜଗତେ. ନବ ପିୟୁଷ
ପ୍ରିୟା ସୁକୁମାରୀ ସଦାନାଦ କରି
ସ୍କୃତିରେଖା ଅବଶେଷ ।୪
ଉଷ୍ଣ ଆଦିଶୋଭାବ ଇଶାଖରୂପେ
କେବେ ମଧୁର ଲଳନା
ବିରହୀ ପ୍ରାଣରନିଲୋପରାଗିଣୀ
କେବେ ପ୍ରେମର ଯମୁନା ।୫
ଜିବନ ଯନ୍ତ୍ରଣା ସମଭାଗିଗଣା
ସ୍ଵତନ୍ତ୍ର ବଳୟକାରେ
ପ୍ରିତି ମଂଜୁଳର ଅନ୍ତର ବେଦନା
ଗାଉଛିନାଦ ସୁସ୍ବରେ ।୬
ଅଶୋକ କୁମାର ପତି
ଖଂକି ରା
ଢ଼େଙ୍କାନାଳ

0 Comments