ପାଦର ପାଉଁଜି - ବାସନ୍ତୀ ଲତା ଜେନା

 


          


ବାପା ଆଣି ଦେଲେ ମୋ ପାଇଁ ପାଉଁଜି 

       ଦେଖି ହୋଇଗଲି ଖୁସି 

ରୂପା ଚାନ୍ଦ ପରି ଝଟକୁ ଥିଲା ସେ 

        ଖିଲି ଖିଲି ଦେଲି ହସି   l୧l


ଗୋରା ପାଦକୁ ଯେ ନାଲିଆ ଅଳତା 

        କି ସୁନ୍ଦର ଦିଶୁ ଅଛି 

ରୂପାର ପାଉଁଜି ଶ୍ବେତ ପଟି ସେ ଯେ 

         ପାଦେ ଗୋଡ଼ାଇ ହୋଇଛି l୨l


ଚାଲିଲେ ଶୁଭୁଛି ରୁଣୁ ଝୁଣୁ ସ୍ୱର 

        ଘୁଙ୍ଗୁରର ଶବ୍ଦ ଧ୍ଵନି 

ଜେଜେ ମା କହିଲେ ମୋ ନାତୁଣୀ ପାଦ 

         ମନକୁ ନେଉଛି କିଣି     l୩l


ପାଉଁଜି ପିନ୍ଧି ମୁଁ ସାହିରେ ବୁଲିଲି

       ସାଙ୍ଗ ସାଥି ଦେଖାଇଲି 

ବାପା ଆଣିଛନ୍ତି ସବୁକୁ କହିଲି 

       ନାଚି ନାଚି ଚାଲୁ ଥିଲି       l୪l


ଆଜି ମନେ ପଡେ ପିଲା ବେଳ କଥା 

       ଭାରି ହସ ଲାଗେ ମୋତେ 

ଛୋଟ ଜିନିଷରେ ଶ୍ରଦ୍ଧା ବେଶୀ ଥିଲା 

       ଭୁଲି ପାରୁ ନାହିଁ ସତେ     l୫l


ପାଦକୁ  ସୁନ୍ଦର  ପlଦର  ପାଉଁଜି 

           ଚୁଡ଼ି ହାତକୁ ସୁନ୍ଦର 

ସୀମନ୍ତରେ ଯେବେ ସିନ୍ଦୂର ଲାଗିବ 

          ଝିଅ ଯିବ ଶାଶୁ ଘର    l୬l


ବାସନ୍ତୀ ଲତା ଜେନା, ଗାନ୍ଧିନଗର, ନବରଙ୍ଗପୁର   l

Post a Comment

0 Comments