ସାହିତ୍ୟ ସର୍ଜନାରେ ଅନେକ ସ୍ରଷ୍ଟା ନିଜର ବଳିଷ୍ଠ ଲେଖନୀ ସ୍ପର୍ଶରେ ଏହାର କାୟାକୁ ସଜୀବ ଓ ସୁନ୍ଦର କରି ଗଢିବାରେ ନିଜର ଯଥାସାଧ୍ୟ ଚେଷ୍ଟା ସର୍ବଦା ଜାରି ରଖିଛନ୍ତି। ସମାଜ ଉପଯୋଗୀ କବିତା, ଗଳ୍ପ, ଆଦି ରଚନା କରି ସେମାନେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ଭାଷା ସାହିତ୍ୟ କ୍ଷେତ୍ରରେ ଜଣେ ଜଣେ ସୁଦକ୍ଷ ଯୋଦ୍ଧା ପାଲଟିଛନ୍ତି। ସେହିପରି ଜଣେ ପ୍ରତିଭାଦୀପ୍ତ ବ୍ୟକ୍ତିତ୍ବ ହେଉଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାର ରାଜକନିକା ବ୍ଲକ୍ ଅନ୍ତର୍ଗତ ସିକୋ ଗ୍ରାମର ବନବିହାରୀ ମିଶ୍ର ଓ ମନୋରମା ମିଶ୍ରଙ୍କ ପଞ୍ଚମ ସନ୍ତାନ ଏବଂ ସୋସିଆଲ ମିଡିଆ ରେ ଖୁବ ପରିଚିତ ନାମ ମନସ୍ଵିନୀ ମିଶ୍ର । ତାଙ୍କ ସାହିତ୍ୟ ଯାତ୍ରାର କିଛି ଜଣା ଅଜଣା କଥା ଜାଣିବା ପାଇଁ ତାଙ୍କୁ ଭେଟିଥିଲେ ପତ୍ରିକାର ପରିଚାଳନା ସମ୍ପାଦିକା ତେଜସ୍ବୀନି ସାମଲ ।
ପ୍ରଶ୍ନ : ଆପଣଙ୍କ ସାହିତ୍ୟ ଜୀବନ କିପରି ଆରମ୍ଭ କଲେ ?
ଉତ୍ତର - ସାହିତ୍ୟ ଜୀଵନ ମୋର ଆରମ୍ଭ ହୋଇଥିଲା ସମସ୍ତଙ୍କ ଲେଖା ଦେଖି, ମୁଖ୍ୟତଃ ମୋ ଭାଇ ଓ ଵଡଭଉଣୀ ଙ୍କ ଲେଖା କୁ ଅନୁସରଣ କରି ମୁଁ ଲେଖିବା ଆରମ୍ଭ କରିଥିଲି।
ପ୍ରଶ୍ନ : ଲେଖିବା ପାଇଁ ଆପଣ କାହା ଠାରୁ ପ୍ରେରଣା ପାଇଥିଲେ ?
ଉତ୍ତର - ପ୍ରେରଣା ମୋ ଭାଇ ଓ ଦିଦିଙ୍କ ଠାରୁ ପାଇଥିଲି ଓ ମୋ ସାଙ୍ଗ ତେଜସ୍ଵିନୀ ସାମଲ ସେ ମତେ ଏ ସାହିତ୍ୟ ଜଗତକୁ ଆସିଵା ପାଇଁ ଅନୁପ୍ରେରିତ କରିଥିଲେ।
ପ୍ରଶ୍ନ : ଆପଣଙ୍କ ପ୍ରଥମ ଲେଖା ଓ ତା'ର ଅନୁଭୂତି କିପରି ଥିଲା ?
ଉତ୍ତର - ଆତ୍ମହତ୍ୟା ଯାହାକି ମୋର ପ୍ରଥମ ଲେଖା ଥିଲା। ମୋ ଲେଖା ମୋ ଦୁନିଆ ଅନଲାଇନ ସାହିତ୍ୟ ଆସରରେ ପ୍ରକାଶ ପାଇଥିଲା ସେ ଲେଖାଟି ପଢି ଅନେକ ଶୁଭେଛା ଆସିଥିଲା ପରେ ପରେ ଧାରାବାହିକ ଭାବେ ମୋର ଲେଖା ଜାରି ରହିଛି।
ପ୍ରଶ୍ନ : ଆପଣଙ୍କ ମତରେ ସାହିତ୍ୟରେ ପ୍ରତିଯୋଗିତା ଜରୁରୀ କି ?
ଉତ୍ତର - ନା ମୋ ମତରେ ପ୍ରତିଯୋଗିତା ଜରୁରୀ ନୁହେଁ କାରଣ ଯଦି ପ୍ରତିଯୋଗିତା କରାଯାଏ ତେବେ ସାହିତ୍ୟରେ ଭିନ୍ନ ମୋଡ ଦେଖାଯିବ। ଭାଷା ସାହିତ୍ୟ ରେ ଯଦି ପ୍ରତିଯୋଗିତା ହୁଏ ତେବେ ସମସ୍ତେ ପ୍ରଶଂସାପତ୍ର ପାଇଁ ଇଛୁକ ହେଵେ ତେଣୁ ମୋ ମତରେ ଏହା ଜରୁରୀ ନୁହେଁ।
ପ୍ରଶ୍ନ : ଆପଣଙ୍କ ଲକ୍ଷ୍ୟରେ ସାହିତ୍ୟର ପରିଭାଷା କ'ଣ ?
ଉତ୍ତର - ସାହିତ୍ୟ ର ପରିଭାଷା କହିଲେ ନିଜ ଭାଷାକୁ ସମ୍ମାନ ଦେଵା ଆମେ ଆମ ପରିଵାର ଗୁରୁଜୀ ମାନଙ୍କୁ ଯେତିକି ସମ୍ମାନ ଦେଉଛେ ଆମ ଭାଷା କୁ ଓଡିଆ ସାହିତ୍ୟକୁ ସେତିକି ସମ୍ମାନ ଦେଵା ।
ପ୍ରଶ୍ନ : ସାହିତ୍ୟ ରଚନା କରିବାରେ ଆପଣ କେଉଁ ପୁରାତନ ଲେଖକ କିମ୍ବା ଲେଖିକାଙ୍କ ଦ୍ଵାରା ଅନୁପ୍ରାଣିତ ହୋଇଛନ୍ତି ?
ଉତ୍ତର - ମତେ ରାଧାନାଥ ରାୟ,ଗୋପବନ୍ଧୁ ଦାଶ, ଫକୀରମୋହନ ସେନାପତି,ଗଙ୍ଗାଧର ମେହେର ପ୍ରଭୁତି ଲେଖକଙ୍କୁ ପଢିଛି ମତେ ଭଲ ଲାଗେ ।ଅନୁପ୍ରାଣିତ କହିଲେ ମୁଁ ମୋ ପରିଵାର ନନା ସୌଭାଗ୍ୟ ମିଶ୍ର ଓ ନାନୀ ସରୋଜିନୀ ମିଶ୍ର ଙ୍କ ଠାରୁ ଅନୁପ୍ରେରିତ ହୋଇଛି।
ପ୍ରଶ୍ନ : ଆପଣଙ୍କ ମତରେ ସମାଲୋଚନା ସାହିତ୍ୟକୁ ଋଦ୍ଧିମନ୍ତ କରେ ନା ବିନାଶ କରେ ?
ଉତ୍ତର - ସମାଲୋଚନା ସାହିତ୍ୟକୁ ଋଦ୍ଧିମନ୍ତ କରେ।
ପ୍ରଶ୍ନ : ଓଡ଼ିଆ ଭାଷା ସାହିତ୍ୟର ପ୍ରଚାର ପ୍ରସାର ପାଇଁ କ'ଣ କରାଯିବା ଆବଶ୍ୟକ ?
ଉତ୍ତର - ଓଡିଆ ଭାଷା ସାହିତ୍ୟ ର ପ୍ରଚାର ଓ ପ୍ରସାର ପାଇଁ ଗୋଟିଏ ଉକ୍ତି ଅଛି।
"ଉଚ୍ଚ ହେଵା ପାଇଁ କର ଯେଵେ ଆଶା
ଉଚ୍ଚ କର ଆଗ ନିଜ ମାତୃ ଭାଷା ।"
ପ୍ରଥମେ ମାତୃଭାଷାସ କୁ ସମ୍ମାନ ଦେଵା ଦରକାର। ମାତୃଭାଷା କୁ ସମ୍ମାନ କରିଲେ ହିଁ ପ୍ରଚାର ଓ ପ୍ରସାର ହୋଇଯିଵ ଵୋଲି ଉଚିତ୍ ମନେ କରେ।
ପ୍ରଶ୍ନ : ନୂତନ ପିଢ଼ିର ଲେଖକ/ ଲେଖିକାଙ୍କୁ ଆପଣ କ'ଣ ପରାମର୍ଶ ଦେବେ ?
ଉତ୍ତର - ଏତିକି ପରାମର୍ଶ ଦେଵି ଅଧିକ ପଢନ୍ତୁ କମ ଲେଖନ୍ତୁ। ପଢିବା ଦ୍ଵାରା ହିଁ ଆମ ଜ୍ଞାନ ବଢିଥାଏ ତା ସହ ନୂଆ ନୂଆ ଶବ୍ଦ ସହ ପରିଚିତ ହୋଇଥାଉ କେଵଳ ତାହା ନୁହେଁ ଲେଖନୀ ଶୈଳୀ ଓ ଭାଷା ସଂଶୋଧନ ଵିଷୟରେ ମଧ୍ୟ ଅବଗତ ହୋଇଥାଉ। ତେଣୁ ଯେତେ ପାରୁଛ ଅଧିକରୁ ଅଧିକ ପଢନ୍ତୁ।
°°°°°<>°°°°°


0 Comments