ହଜିଗଲା କେଣେ - ରୁଦ୍ର ନାରାୟଣ ଦାଶ

 


ହଜିଗଲା କେଣେ

ମଧୁର ସମୟ

ସମୟର ତାଳ ସହ,

ମରିଗଲା ଆଜି

ଆଶା ଅସୁମାରୀ

ମନ କହେ ବାରେ ରୁହ।୧।


ଦେଖିବ ସେ ମନ

ଆଖି ତା' ପୁରାଇ

ପ୍ରେମିକାର ଯଉବନ,

ନାକ ଆଗେ ରାଗ

ମନେ ମିଠା ଭାଷା

ଆଜି ଯେ ସାତ ସପନ।୨।


ଚ଼ଗଲି ବୟସ

କେଣେ ଉଭେଇଲା

ଜାଣି ମୁଁ ପାରିଲି ନାହିଁ,

କଥାବାର୍ତ୍ତା ଢ଼ଙ୍ଗ

ପ୍ରିୟା ଦେହ ରଙ୍ଗ

ବଦଳିଲା ସାଇଁ ସାଇଁ।୩।


ହଜିଗଲା କେଣେ

ପୋଖରୀ କୂଳର

ଗପ, ସପନର କଥା,

ପ୍ରିୟା ହେଲା ପର

ଭୁଲିଲା ଶପଥ

ଦେଇ ଆଜି ମନେ ବ୍ଯଥା।୪।


                                      ରୁଦ୍ର ନାରାୟଣ ଦାଶ

                                       ନୟାପଲ୍ଲୀ,ଭୁବନେଶ୍ବର।

                                      ମୋ- ୯୮୬୧୭୦୧୭୧୪


Post a Comment

0 Comments