ଶିଶୁ କବିତା - ବିଲୁଆ ଖାଇବ ଶେଉଳ ମାଛ - ବିଜୟ କୁମାର ଘଡେଇ



ବିଲେଇ ନାନୀ ଇଆଡେ଼ ଅନା
ଚାହିଁ ରହିଅଛି ବିଲୁଆ ନନା
ଖାଇବ ବୋଲି ଶେଉଳ ମାଛ
ବିଲେଇ ନାନୀକୁ  କରିଛି ସାଙ୍ଗ
ଲାଞ୍ଚ ଦେଇଛି ସେ ଗୋଟିଏ ଚେଙ୍ଗ ।।

ବିଲେଇ ନାନୀ ବଡ଼ ଚତୁରୀ
ଶେଉଳ ମାଛ ଆଣିଛି ଚୋରି
ରଖିଅଛି ତାକୁ ଲୁଚାଇ କରି
ବିଲୁଆ ନନାକୁ କହୁଛି ଖାଲି
ମାଲିକ ପୋଖରୀ ପଡିଛି ଖାଲି ।।

ବିଲୁଆ ନନା ତା ଠୁ ଚତୁର
ବିଲେଇ ଉପରେ ରଖେ ନଜର
ବିଲେଇ ନାନୀ ଯେବେ ଯାଏ ବାହାର
ବିଲୁଆ ନନା ପଶେ ତା ଘର
ଚୋରି କରିନିଏ ନ ରଖି ଡର ।।

ବିଲେଇ ନାନୀ ଫେରି ଯେ ଦେଖେ
ଶେଉଳ ମାଛ ନାହିଁ ତା ପାଖେ
ଚିନ୍ତିତ ହୋଇ ସଭା ସେ ଡାକେମ୍ରା

ମଗୁର ମାଛ ଏକଥା ବୁଝେ
ଜୋରିମାନା ଦିଏ ବିଲୁଆ ଲାଜେ ।

ବିଲୁଆ ନନା ରଖେ ଯେ କ୍ରୋଧ
ନେବାକୁ ଭାବେ ସେ ଏ ପ୍ରତିଶୋଧ
ସେଦିନ ଥାଏ ବାର ଯେ ବୁଧ
ବିଲେଇ ଘର ହୋଇଛି ରୋଧ
କରିଦେଲା ସିଏ ତା ପିଲାର ବଧ ।।

ଫେରି ଦେଖେ ଯେବେ ବିଲେଇ ନାନୀ
କଇଁ କଇଁ କାନ୍ଦେ କିଛି ନ ଶୁଣି
ବିଲୁଆ ଆସେ ଯେ ଏକଥା ଜାଣି
ମିତ ବସନ୍ତି ସେ ଶେଷରେ ପୁଣି
କେହି କାହାରି ଆଉ ନ ରହି ଋଣି ।।

                    @ ବିଜୟ କୁମାର ଘଡେ଼ଇ
                         ଔପଦା,ବାଲେଶ୍ୱର
                      ମୋ-୮୯୧୭୨୮୯୮୩୯





Post a Comment

0 Comments