ସାଥି ଦେଇଗଲା ଆଖିରେ ଲୁହ - ଦୁଷ୍ମନ୍ତ ବେହେରା




ବଣ ଜଙ୍ଗଲ ଘେରା ଭିତରେ ଛୋଟଆ ଗାଁ ଝୋଟିପୁର। ଗାଁଆ ଛୋଟ ହେଲେ କ'ଣ ହବ ପରିବେଶ ସୌନ୍ଦର୍ଯ୍ୟ ରେ ପରିପୂର୍ଣ୍ଣ ସତେ ଯେମିତି ପ୍ରକୃତି ର ମନହରା ମନକୁ ସାଉଁଟି ନିଅନ୍ତି। ସେଇ ଗାଁରେ ବାସ କରନ୍ତି ଜେମାନନ୍ଦ କୁଡି ଓ ତାଙ୍କ ସ୍ତ୍ରୀ ପାଶାଣି କୁଡି ପୁଅ ସେନା କୁଡି ପାଞ୍ଚ ବର୍ଷ ଝିଅ ବସୁମତୀ କୁଡି ସାତ ବର୍ଷ ହୋଇଥାଏ । ହସ ଖୁସି ରେ ଦିନ ଗୁଡାକ ଚାଲି ଯାଏ । ସୂର୍ଯ୍ୟ ର ଆଲୋକରେ ହସ ଆରମ୍ଭ ଅନ୍ଧାର ରେ ଶେଷ ହେଉଥିଲା । ଘର ସୁଖ ଶାନ୍ତି ହସ ପୂରି ଉଠୁଥିଲା । ଗରିବ ହେଲେ କ'ଣ ହେବ ଯେଉଁଠି ହସଥାଏ ସେଇଠି ସ୍ବର୍ଗ ସୁଖଥାଏ । 

      ଜେମାନନ୍ଦ ଦିନ ମଜୁରିଆ କାମ କରି କଷ୍ଟ ମଷ୍ଟେ ଘର ଚଳେଇ ଦିଅନ୍ତି । ଜେମାନନ୍ଦ ଙ୍କ ଉପରେ ତିନି ପ୍ରାଣୀର ବୋଝ । ପେଟ ଭୋକ ପିଲା ଦୁଇଟି ମୋ ଆସିବା ବାଟକୁ ଚାହିଁ ବସନ୍ତି । 

ଜେମାନନ୍ଦ ଅନ୍ୟ ଘରେ କାମ କରୁଥିବା ସମୟରେ ମୁଣ୍ଡ ଓ ଦେହ ଝିମ୍ ଝିମ୍ ହୋଇ ସଙ୍ଗେ ସଙ୍ଗେ ତଳେ ପଡିଗଲେ କିଛି ସମୟ ପରେ ଦେହରୁ ଜୀବନ ଦୀପ ଛାଡି ଚାଲିଗଲା । ଜୀବନ ମୁତ୍ଯୁ ଏମିତି ଆସେ କାହାକୁ ପଚାରେ ନାହିଁ । କାଳର ଛାଇ ବଡ ନିଷ୍ଠୁର ଧନୀ ଗରିବ ଭଲ ମନ୍ଦ କିଛି ବୁଝେ ନାହିଁ । 

     ପରିବାର ଅପେକ୍ଷା କରିଥାନ୍ତି। ପିଲା ଦୁଇଟି ଭୋକ ସମ୍ଭାଳି ନ ପାରି ମା ଭୋକ ଲାଗିଲାଣି ବାପା କେତେବେଳେ ଆସିବେ । ଏହି  ସମୟ ରେ ଖବର ଆସି ପହଞ୍ଚିଲା ଜେମାନନ୍ଦ ଙ୍କ ମୁତ୍ଯୁ ହୋଇଛି କାମ କରୁଥିବା ସମୟରେ। ଏଇ କଥା ଶୁଣୁ ଶୁଣୁ ସ୍ତ୍ରୀ ପାଶାଣୀ ଘର ଅଗଣା ତଳେ ଖସି ପଡି ଦୁଇ ଛୁଆ କୁ କୁଣ୍ଡେଇ କାନ୍ଦି କାନ୍ଦି କହିଲେ ତୁମ ବାପା ଆଉ ନାହାନ୍ତି । 

     ମା ବାପା ଆଉ ନାହାନ୍ତି । କିଏ ଆମକୁ ଖାଇବାକୁ ଦବ ,କିଏ ଆମ ଓଠରେ ହସ ଫୁଟେଇ ଦବ, କିଏ ଆମ ଭଲ ମନ୍ଦ ବୁଝିବ, ଆମେତ ଗରିବ  କିଏ ଆମ ଭୋକ ମେଣ୍ଟାଇ ଦବ ମା । ବାପା ତୁମେ କୁଆଡେ ଗଲ  ଏ ବାପା...... 

  ଏ ବାପା 
            ଦୁନିଆ ଦେଖେବା ଆଗରୁ
         ହସ ଛଡେଇ ନେଲ
     ଭାଗ୍ୟ ଆମ କରମ ସାଥେ ଖେଳି
   ହସ ଛଡେଇ ଲୁହ ଦେଇ ଗଲ ....

ଛିଡା ହୋଇ ଭାବୁ ଥାନ୍ତେ ପାଶାଣୀ ସ୍ବାମୀ ଙ୍କ ଦଶ ହାଣ୍ଡି କାମ କରିବି କେମିତି। ଘରେ ତ ପଇସା ନାହିଁ । ପୁଣି ଆମେ ଗରିବ କ'ଣ କରିବି । ଯାହା ଏଇ ଘର ଡିହ ଖଣ୍ଡିକ ଅଛି ନହଲେ ଜମିଦାର ପାଖରେ ବିକ୍ରି କରି ସ୍ବାମୀ ଙ୍କ ଦଶ ହାଣ୍ଡି କାମ କରିବି । ଜମିଦାର ପାଖରେ ଘର ବିକ୍ରି ହୋଇଗଲା ସେଇ ପଇସା ରେ ଦଶ ହାଣ୍ଡି କାମ ହେଲା । 

ଘର ସହିତ ଘର ଡିହ ବିକ୍ରି ହେଇଗଲା କିନ୍ତୁ ରହିବେ କେଉଁଠି..... 
   
ପରିସ୍ଥିତି ଗରିବର ହସ ଏପରିଉଡାଏ
ନା ବୁଝୁଛି ଜୀବନ ମୂଲ୍ଯ
ଖେଳି ଖେଳାଉଛି ସମୟ ଭୋକ
ଭାଗ୍ୟ ଲୁଚକାଳି ସାଥେ ଦୁଃଖ.... 

ଝିଅ ବସୁମତୀ ପଚାରିଲା" ମା" ଆମେ ଯିବା କୁଆଡେ କିଏ ଆମକୁ ଆଶ୍ରୟ ଦବ । "ମା" ପାଶାଣୀ କହିଲେ ଜୀବନ ର ରାସ୍ତା ଅନେକ ପଡିଛି ଯେଉଁ ପର୍ଯ୍ୟନ୍ତ ଭାଗ୍ଯ ଯିବାର ବାଟକୁ କଢେଇ ନେବ ସେଇଠିକି ଚାଲିଯିବା । 

          ଜଙ୍ଗଲ ବାଟରେ ଚାଲି ଚାଲି ଯିବା ସମୟରେ ଆଖି ପଡିଲା ଗୋଟିଏ କୋଳି ଗଛ ଉପରେ। ଗଛରେ କୋଳି ପାଚିବା ଦେଖି କୋଳି ଗଛ ପାଖକୁ ବସୁମତୀ ଦୁଇ ଛୁଆ କୁ ଧରି ପହଞ୍ଚିଲେ । କୋଳି ଗଛରେ ଅନେକ ପାଚିଛି କୋଳି ପାରି ହାଟକୁ ନେଇ ବିକ୍ରି କରି କିଛି ପଇସା ହେଲେ ସେଇ ପଇସା ରେ ଖାଦ୍ୟ କିଣି ଭୋକ ମେଣ୍ଟାଇବା 

"ମା" ଗଛକୁ ଚଢି କୋଳି ପାରିଲେ ସେଇ କୋଳି କୁ ନେଇ ହାଟକୁ ଗଲେ। ଲୋକେ କୋଳି ସବୁ ଫଟା ଦେଖି କେହି କିଣିଲେ ନାହିଁ । ଏ "ମା" ଏ ଆମ ଭାଗ୍ଯ ସହିତ ତ ସମସ୍ତେ ଖେଳିଲେ। ଏ ଫଟା କୋଳି କ"ଣ ଆମ ଭାଗ୍ଯ ବଦଳେଇବ । ଚାଲ ଆଉଥରେ କୋଳି ପାରିବା ତୁ ଗଛ ରେ ଚଢିବୁ ଆମେ ଚଳେ ପିଠି ଦେଖେଇବୁ ତୁ ଆମ ପିଠି ଉପରେ କୋଳି ପକାଇବୁ ଆଉ ଫାଟିବ ନାହିଁ । 

        କୋଳି ଗଛ ପାଖେ ପହଞ୍ଚି "ମା" କୋଳି ଗଛ ଉପରେ ଚଢି ବସୁମତୀ ସେନା ପିଠି ରେ କୋଳି ପକାଇ ତଳେ ପଡିଲା । ଆଉ ଫାଟିଲେ ନାହିଁ । ଗଛ ଉପରେ "ମା ଆଖିରେ ଲୁହ ଯେଉଁ ବୟସ ରେ ପାଠ ପଢି ହସ ଖେଳ କରିଥାନ୍ତେ ସେଇ ବୟସରେ ପେଟର ଭୋକ ପାଇଁ ନିଜର ପିଠି ଦେଖଉଛନ୍ତି। ହେ ଭଗବାନ୍ ଏ ଗରିବର କି ପରୀକ୍ଷା ନେଉଛ। 

         ଗଛ ରୁ ଓଲ୍ଲାଇ ସମୟ ବିଳମ୍ବ ନକରି ସଙ୍ଗେ ସଙ୍ଗେ କୋଳି ଧରି ହାଟକୁ ନେଇ ସବୁ କୋଳି ବିକ୍ରି ହୋଇଗଲା ଓ କିଛି ପଇସା ହେଲା। ସେଇ ପଇସା ରେ ଜଳଖିଆ କିଣି ଖାଇଲେ । 

ଏପରି ଚାରିଦିନ ଗଲାପରେ ଗଛରୁ କୋଳି ସରିଗଲା । କୋଳି ଗଛ ମୂଳରେ ଛିଡାହୋଇ ପାଶଣୀ ଦୁଇ ଛୁଆ ଙ୍କୁ କୁଣ୍ଡେଇ ଧରି କୋଳି ଗଛରୁ ତ ନାହିଁ । ଏ କି ଦୁଃଖ ଦଉଛ ଭଗବାନ୍ ଯେଉଁଠି ଆଶା ଟିକକ ଥିଲା ଓ ଭୋକ ମେଣ୍ଟୁଥିଲା ସେ ବି ସରିଗଲା ଏ ଗରିବର କି ପରୀକ୍ଷା ନେଉଛ ... ଭଗବାନ ଆଖିର ଛଳ ଛଳ ଲୁହ ଠୋପା ଓଠରେ ଆସି ପଡି କହୁଥିଲା ...  ତୁମେ ଥିଲ ସାଥି ମୋର ଦୁଃଖ ଥାଇ ଦୁଃଖ ଜଣାଇ ଦେଉ ନଥିଲ ସତରେ ସାଥି ତୁମେ ଭାରି ମନେ ପଡୁଛ....  ତୁମ୍େଭ ବିନା ଏ ଜୀବନ ରାସ୍ତା ବଞ୍ଚିବା ବଡ କଷ୍ଟ ...... 

 ତୁମେ ଥିଲ ସାଥି
    ମୋର ନଥିଲା ମୋ 
        ଜୀବନେ ବିପଦ

ତୁମେ ଗଲାପରେ
    ଝୁରୁଛି ମନ
       ଶରୀର ସତେ

ଯେମିତି ଦୁଃଖ
    ଦେଇ ଗଲ 
       ସାଥି ମୋର......... 

ତୁମେ କୁହ ସାଥି ଏ ଦୁଇ ଜୀବନ କେମିତି ବଞ୍ଚେଇବି। ତୁମ ବିନା ମୁଁ...  ମୋ ରାସ୍ତା ଦେଖିବା ଆଗରୁ ଅଧା ରାସ୍ତେ ଛାଡି ଚାଲିଗଲ  ... 

ଏଠି ସଂଘର୍ଷ କରି ଆଉ ଗୋଟିଏ ଶିକ୍ଷା ପାଇଗଲି। ଜୀବନ କେମିତି ବଞ୍ଚିବାକୁ ହୁଏ ଭୋକ ଶିଖେଇ ଦିଏ ଜୀବନ ମୂଲ୍ଯ କେମିତି କା କିନ୍ତୁ ତୁମେ ସାଥି ବୁଝିପାରିଲ ନାହିଁ 

     ମୋ ମନ ତଳର ଶୋଷ..
ଆଉ ଆଶା.... ଆଖିର ଲୁହ....  ସାଥି ଦେଇଗଲ ଆଖିରେ ଲୁହ...... ଖାଲି ଲୁହ ........... 
°°°°°°°°°°°°°°°°°°°°°°°°°°°°°°°
              ଦୁଷ୍ମନ୍ତ ବେହେରା
           ରାସୋଳ-ମୁଣ୍ତିଆପଷି
                 ଢେଙ୍କାନାଳ
             ପିନ୍-୭୫୯୦୨୧
     ମୋ ନଂ -୯୯୩୭୬୫୨୫୦୪

Post a Comment

0 Comments