କରୋନାର ସ୍କେଚ୍ - ରୁଦ୍ର ନାରାୟଣ ଦାଶ




          କରୋନା ବିତ୍ପାତ ସହ୍ଯ କରିବାର ଛଅମାସ ପରେ ଯାଉଥିଲେ କ୍ଷେତ୍ରମୋହନ ବାବୁ ନିଜ ଘରକୁ। ଶରତର ଆଗମନରେ କାଶତଣ୍ଡୀ ଯେପରି ଶୁଭ୍ର ବସ୍ତ୍ର ଧାରଣ ପୂର୍ବକ ଅତିଥି ସତ୍କାର ନିମନ୍ତେ ଉପଗତ ହୋଇଥିଲା; ସତେ ଯେପରି ଏହି ରାସ୍ତାକଡ଼ ର ପାହାଡ଼ ମଧ୍ଯ ନବରୂପ ଧାରଣ କରିଥିଲା ଅଦିନିଆ ବର୍ଷାରେ ଭିଜି। ଘନ ବାଦଲ ଠାଏ ଠାଏ ଜାଗାରେ ପାହାଡ଼ର ଶୀର୍ଷକୁ ଚୁମୁଥିଲେ।

                      କରୋନାର ପ୍ରକୋପ ଯୋଗୁଁ ରାସ୍ତାଘାଟ ବେଶ ଶୂନଶାନ ଲାଗୁଥିଲା। ଏ ସବୁକୁ ଆଖି ବୁଲାଉ ବୁଲାଉ ହଠାତ ଆଖି ପଡ଼ିଗଲା ରାସ୍ତା ସେ ପାଖରେ ବସିଥିବା ଦୀର୍ଘ ପଞ୍ଚସ୍ତରୀ-ଅଶୀ ବୟସ୍କା ମାଉସୀଙ୍କ ଉପରେ। ଦାରିଦ୍ର୍ଯତା ର କଷଟି ପଥରରେ ଘୋରି ହୋଇଯାଇଥିଲେ ବୋଧେ। ମନର ଆଗ୍ରହ କୁ ଦମନ କରିନପାରି ପାଖ ଦୋକାନୀକୁ ପଚ଼ାରନ୍ତେ ଉତ୍ତର ମିଳିଲା, କରୋନାରେ ପତି ଓ ପୁତ୍ର ସହ ପୁତ୍ରବଧୂକୁ ହରାଇବା ପରେ ମାନସିକ ଅବସ୍ଥା ବିଗିଡ଼ିଯାଇଛି ତାଙ୍କର।

                     ଓଃ! ସେଥିପାଇଁ ବୋଧେ ତାଙ୍କ ମୁହଁରେ କରୋନା କବଚ଼ ନଥିଲା। ମନେ ହେଉଥିଲା ସେ ଯେପରି ମରଣକୁ ଆଲିଙ୍ଗନ କରି ଚ଼ାଲିଛନ୍ତି ଶାନ୍ତ ଭାବେ ଅନିର୍ଦ୍ଦିଷ୍ଟ ପଥରେ....।।

       

                                       ରୁଦ୍ର ନାରାୟଣ ଦାଶ

                                       ଭୁବନେଶ୍ବର

                                      ମୋ- ୯୮୬୧୭୦୧୭୧୪

 

Post a Comment

0 Comments