ସାଥି ତୁ ଯା ʼନା - ଉଷାରାଣୀ ନାୟକ

 


ନିଷ୍କାମ ହୃଦୟ ମୋ କରେ ଏକ ପ୍ରାର୍ଥନା ,

ପୂର୍ଣ୍ଣ ହେଉ ସ୍ବପ୍ନ ମୋର ନ ତୁଟୁ ଏ କାମନା ।

ଆଙ୍କୁଛି ମୁଁ ଛବି ସବୁ ମୋ କଳ୍ପନା ର ଦୃଷ୍ଟାନ୍ତେ ,

ଆଶା ଅଛି , ଇଛା ଅଛି ଫେରିବୁ ତୁ ଏକାନ୍ତେ ।



ଜଣା ନାହିଁ କରିବୁକି ନାହିଁ ମୋର ଉପେକ୍ଷା ,

ରହିଛି  ମୁଁ ରହିଥିବି କରି ତୋର ଅପେକ୍ଷା ।

ଚାହିଁ ଅଛି ବାଟ ତୋର ତୁ ଆସିବୁ କେବେ ,

ମିସାଇବୁ ଜୀବନ ମୋ ତୋ ପରାଣେ ଯେବେ ।



ମାଗିବିନି କିଛି କେବେ କରିବିନି ଅଳି ,

ତୋ ପ୍ରୀତିରେ ଖୁସି ସବୁ ଦେବି ମୁଁ ଅଜାଡି ।

ଫେରିଆସୁ ହସ ମୋର , ଫେରୁ ମୋର ଖୁସି ,

ମହକିବ ଜୀବନ ମୋ ଫେରିଲେ ମୋ ସାଥି ।



ଉକ୍ତଣ୍ଠିତ ପ୍ରାଣ ମୋର ସହେ କେତେ ବ୍ୟାଧି ,

ଆତଙ୍କିତ ମନ  ମୋର ଝରେ ନିତି ରୁଧି ।

ଇଚ୍ଛା ତୋର ଅଧା ବାଟେ ଆଜି ଅଟକି ଯାଇଛି ,

ସତ୍ୟ କରିବି ମୁହିଁ ପଣ ଯେ କରୁଛି ।



ସଂପର୍କ ମୋ କେତେ ଦୃଢ଼ କିଏ ବା କହିବ ?

ପ୍ରତି ମୁହୂର୍ତ୍ତରେ ତତେ କରେ ଅନୁଭବ ।

ଅନୁଭବୀ ମନ ମୋର ହୁଏ ଭୟଭୀତ ,

କଲେ କିଏ ମୋଠୁ ତତେ ଦୂରେଇ  ଯେ ନବ ।



ପାଖେ ଥାଇ ଦୁରେ ଲାଗୁ ପାରୁନାହିଁ ସହି ,

ପାଶେ ଛାଡ଼ି ଦୂରେ ଗଲେ କେମିତି ବଞ୍ଚିବି ମୁହିଁ ।

ଏତେ ଦିନେ ପାଇଥିଲି ଚାଲିଗଲୁ କାହିଁ ,

ତୋ ବିନା ଏ ଶୂନ୍ୟ ମନେ ଆଉ କେହି ନାହିଁ ।



ଥକି ପଢୁଛି ମୁଁ ଆଗକୁ ପାରୁନି ଯାଇ ,

ଅଜଣା ପଥରେ ଦିଗ ଖୋଜି ପାଉନାହିଁ ।

ଏ ଜୀବନ ଅନ୍ଧାରେ ମାଡି ଆସିଲାଣି ଛାଇ ,

ମୋ ଅପେକ୍ଷା କଲେ ସେ ଛାଇରେ ଯିବ ଧୋଇ ।


 

କହୁଛି ଏତିକି , ଅଛି ମୋର ଆଶା ,

ସତ୍ୟ ହେଉ ଏହା , ନ ହୁଏ ମୁଁ ନିରାଶା ।

ସ୍ୱପ୍ନିଳ ସତ୍ୟ ଏ ମୋର ନାହିଁ  ଟିକେ  ଛଳନା ,

ମତେ ଏକ କରି ସାଥି କେବେ ତୁ ଯା ' ନା ।


                                     ଉଷାରାଣୀ ନାୟକ

                                      7751967770

                                       ମଣିଜଙ୍ଗ , କଟକ

Post a Comment

0 Comments