ଚା ʼ - ରୁଦ୍ର ନାରାୟଣ ଦାଶ




ସକାଳ ହେଲେ ସେ ଆସିଯାଏ

ଦେଖାକରିବାକୁ ସଭିଙ୍କୁ

ପାଗ ଗରମ ଥାଉ ଅବା ଥଣ୍ଡା

ସଭିଙ୍କ ପସନ୍ଦ ସେ

ଚ଼ିରକାଳ ମିତ୍ର ସେ

ଧନୀଠୁ ଗରିବ ପର୍ଯ୍ଯନ୍ତ..।।


ନ ଦେଖିଲେ ତାକୁ ସକାଳୁ

ମନଟା କେମିତି କେଜାଣି

ଗୋଳେଇଘାଣ୍ଟି ହୁଏ

ପାଟିରୁ ବାହାରି ଯାଏ

କେତେବେଳେ ହେବ ଆଉ..।।


ସୁ ସୁ କରି ଢ଼ୋକେ ଢ଼ୋକେ

ଆଃ ଆଃ ପାଟିରୁ ବାରିହୁଏ

ଉଷ୍ମତା ର ବାସ୍ନା 

ଦୂରେଇ ଦିଏ ଦିନର ସବୁ

ଚିଡଚିଡାପଣ ଓ ଥକ୍କାକୁ..।।


ଦିନକୁ ଦୁଇଥର ନନେଲେ

ଚାଲେନି ଦିନଟା ଭଲରେ

ସତରେ କେତେ ଖିଆଲ ରଖେ

ମୋର, ତୁମର, ସଭିଙ୍କର

ନିରନ୍ତର ଭାବେ...।।


          ନାମ- ରୁଦ୍ର ନାରାୟଣ ଦାଶ

          ଠିକଣା- ଭୁବନେଶ୍ବର

          ମୋ- ୯୮୬୧୭୦୧୭୧୪

Post a Comment

0 Comments