ରେ ମଣିଷ
ଗଛ ଆଉ କେତେ କାଟିବୁ
ଗଛ ଲଗାଇବା ତ ଶିଖ୍ ।
ରେ ମଣିଷ
ପରିବେଶ କେତେ ପ୍ରଦୂଷଣ କରିବୁ
ପ୍ରଦୂଷଣ ମୁକ୍ତ କରିବା ଶିଖ୍ ।
ରେ ମଣିଷ
ଜଳକୁ ଆଉ କେତେ ପ୍ରଦୂଷଣ କରିବୁ
କିଛି ସଂଚୟ କରିବା ଶିଖ୍ ।
ରେ ମଣିଷ
ପଶୁ ପକ୍ଷୀଙ୍କୁ କେତେ ଅତ୍ୟାଚାର କରିବୁ
ଅତ୍ୟାଚାର ନ କରିବା ଶିଖ୍ ।
ରେ ମଣିଷ
ପ୍ରକୃତି ଆଖିରେ ଲୁହ ଅଛି
କେମିତି ଲୁହ ନ ରହିବ ଶିଖ୍ ।
ରେ ମଣିଷ
କେତେ ସୁଖରେ ରହିଛୁ
ପ୍ରକୃତିକୁ ସୁଖରେ ରଖିବା ଶିଖ୍ ।
ସମ୍ବିତ ଦାଶ
ପଲ୍ଲୀକଣ୍ଟା,ଏରସମା,ଜଗତସିଂହପୁର


0 Comments