ଗୋପର ରଙ୍ଗ ଲୀଳା - ମମତା ବାରିକ



ଆହେ ଜୁଡାମଣି ମୟୁର ଚନ୍ଦ୍ରିକା

କର ତମେ ଅନନ୍ତଶର୍ଯ୍ୟା

କେ ଜାଣିନାହିଁ ତମ ସେ ଗୋପଲୀଳା

ଲୀଳା ତୁମ ପ୍ରଧାନକଥା।।

ଗୋପାଳୁଣୀ ଧାଉଁଥିଲ ତୁମ ପଛେ

ସ୍ୱାମୀ କୁ ପର ତମେ ଆଗେ

କି ମନ୍ତ୍ର ଦେଇଥିଲ ସଭିଁଙ୍କ କାନେ

ଥିଲ ତମେ ଗୋପୀଙ୍କ ମନେ।।

ଗୋପୀମୋହନ ମୋର ହୃଦଶଙ୍ଖାଳୀ

ଆସ ବସ ମୋର ପାଶରେ

ଦେବି ତୁମ ଦେହେ ରଙ୍ଗଅବିର ବୋଳି

ଆହେ ମୋର ହୃଦ ଶଂଙ୍ଖାଳୀ।।

ଲଗେଇ ଥିଲ ଯେବେ ରାଧାର ମୁଖେ

ତମ କଳା ରଙ୍ଗରୁ ଥାପେ

ରାଧା ଖୋଜିଲାନି କିଛି ଅବିର ସତେ

ବାୟାଣୀ ହେଲା ପ୍ରତିମୂହୁର୍ତ୍ତେ।।

ରଙ୍ଗେଇ ଥିଲ ସେଦିନ ଗୋପପୁର

ଗୋପଗୋପାଳୁଣୀଙ୍କ ଶରୀର

ହେଇଥିଲା  ଗୋପପୁର ରଙ୍ଗଭରା

ଥିଲା ସେ ତମ ରଙ୍ଗଲୀଳା। 


ମମତା ବାରିକ

-ଯାଜପୁର,ବାରବାଟୀ, 

Post a Comment

0 Comments