ଫଗୁଣ ଆସିଛି ଅବିର ଆଣିଛି
ରଙ୍ଗର ପସରା ନେଇ,
କୋରୋନା ପାଇଁ ଦୋଳ ମେଲଣ
ଗଲା ଦୂରେଇ ।
ରଙ୍ଗର ପରବ କୁ ନେଇ କଟକଣା
କଲେ ସରକାର,
କେତେ ବିଧି ବିଧାନରେ ମାସ ବାରରେ
ପରବ ହେଉଛି ତେର ।
ଦୋଳ ବିମାନ ଯାଉଥିବା ବେଳେ
ଶୋଭାଯାତ୍ରାରେ ଯିବା ମନା,
ସବୁରି ମୂଳରେ ହେଉଛି ଚାଇନା ର
ଭାଇରସ କୋରୋନା ।
କୋରୋନା ଯେବେ ଆମ ଦେଶରୁ
ଯିବ ଭାସି ପଳାଇ,
ସେବେ ରଙ୍ଗ ଖେଳିବାରେ ସାଙ୍ଗ
ଆନନ୍ଦ ହୋଇ ।
ସମ୍ବିତ ଦାଶ
ପଲ୍ଲୀକଣ୍ଟା,ଏରସମା, ଜଗତସିଂହପୁର


0 Comments