ପ୍ରେମ - ଜନ୍ମଜୟ ନାୟକ




ପ୍ରେମ ଏକ ପଵିତ୍ର ସଂପର୍କ
ଦୁଇ ନିରୀହ ହୃଦୟର କଥା 
ଦୁଇ ନିଷ୍ପାପ ମନର ମିଳନ
ପ୍ରେମ ଶାଶ୍ୱତ ଓ ଚିରନ୍ତନ 
ନିଃସ୍ବାର୍ଥପରତାର ପ୍ରତିଛବି ଏ ପ୍ରେମ 
ମାୟାମରୀଚିକା ସଦୃଶ ଏ ପ୍ରେମ ।

କେବେ ତ୍ୟାଗର ଜୂଇରେ ଝଲସି,
ଅମର ହୋଇଯାଏ ଏ ପ୍ରେମ,
କେବେ ପ୍ରତାରଣାର ଅନଳେ ଜଳି,
ଶ୍ବାସ ରୁଦ୍ଧ ହୋଇଯାଏ ପ୍ରେମ ।
କେବେ ସୀମାହୀନ ଦିଗବଳୟରେ ଦିଗ ହରା କରେ,
ତ କେବେ ନିଃସଙ୍ଗ କରେ ବେଳାଭୂମିରେ ।

କେବେ ହାରିବାରୁ ଜିତିବା ଶିଖାଏ
କେବେ ଓଠର ଭାଷା ଆଖିରୁ ପଢାଏ 
ଏମିତି ପବିତ୍ର ପାପ ଏ ପ୍ରେମ
ଯାହାର ପ୍ରାୟଶ୍ଚିତ ହିଁ ନାହିଁ
ପ୍ରେମର ଗଭୀରତା ଅମାପ 
ପାଇବାର ଆଶା ଜୀଅନ୍ତା କବର ଦିଏ ପ୍ରେମକୁ

ଜନ୍ମଜୟ ନାୟକ
ଗଣିତ ଶିକ୍ଷକ
ଚିଲିକା ନୋଡାଲ ହାଇସ୍କୁଲ
ପୁରୀ

Post a Comment

0 Comments