ଛବି କଥା କହେ - ଶ୍ଵେତପଦ୍ମା ପାଢୀ


ବାହାର ଦେଶ ହେଉ

କି ଭାରତ ହେଉ

ବା ହେଉ ଆମ ଓଡ଼ିଶା

ସେ ତ ଥିଲା ଏକ ନିଷ୍ପାପ ଶିଶୁ

ଆଜି ଜୀବନର ଘମାଘୋଟ ଯୁଦ୍ଧରେ ହଜି 

ହସ ଲୁହ କ'ଣ ବୁଝିବା ଆଗରୁ

ନିଜକୁ ଅନ୍ଧକାରରେ ସର୍ମପିତ

କରିଥିବା ଶିଶୁ ଶ୍ରମିକ ଟିଏ ସେ ....


ଶିଶୁ ଈଶ୍ୱରଙ୍କ କ୍ଷୁଦ୍ର ସଂସ୍କରଣ

ସରଳ ବି ନିଷ୍କପଟ ବି

ଦରୋଟି କଣ୍ଠରେ ମିଠା କଥା

କହି କରେ ଆକୃଷ୍ଟ ସଭିଁଙ୍କୁ

ସୁନ୍ଦର ନିଷ୍ପାପ ହସରେ 

ମୋହି ନିଏ ମନ, କିନ୍ତୁ

ଦାରିଦ୍ର୍ୟତା କ୍ଷୁଧାର ଜ୍ଵାଳାରେ

ଲୋପ ପାଏ ତା'ର ସ୍ବାଧୀନତା....


କୋଉଁଠି ଗୋଟାଏ ଅଳିଆ

ଆଉ କୋଉଁଠି ନିଆଁ ଝୁଳରେ ସିଝୁଥାଏ

ତ ବାସନ ମାଜେ ବଡ଼ ଘରେ

କୋଉଁଠି ଯୈାନ ନିର୍ଯ୍ୟାତନା ରୁ

ନିସ୍ତାର ପାଏ ନାହିଁ 

ଦୁର୍ଭାଗ୍ୟ ଭାରତର ଯେ ଭୂଲି ଗଲାଣି

ବାପୁ କହିଯାଇଥିଲେ ଯେ

ଶିଶୁ ହସିଲେ ଦେଶ ହସିବ....।।


©®ଶ୍ୱେତପଦ୍ମା ପାଢ଼ୀ

ପୁନେ, ମହାରାଷ୍ଟ୍ର

Post a Comment

0 Comments