ଛବି କଥା କହେ - ଲଲାଟ କେଶରୀ ବଳସାମନ୍ତ




ହେ ମୋର ପୂର୍ବପୁରୁଷ ପଥବଣା ସ୍ବପ୍ନ 

ଆମରି ଭାରତ ମୁଁ କଣ ସତରେ ସ୍ୱାଧୀନ 

ମତେ ମିଳୁନାହିଁ ମୋର ପରିଚୟ 

କୋହ ଭରା ଅଶ୍ରୁର ଢାଳ

ପ୍ରଶ୍ନ ବାଚକ ରଖୁଛି ଦିଅନ୍ତୁ ଉତ୍ତର ।।


ଲଲାଟ ଲେଖନୀ ଯଦି ତୁମେ ଲେଖିଛ 

ତା ହେଲେ କଣ ପାଇଁ ଏ ଭେଦ ବିଚାର 

ଆହେ କୃପାସିନ୍ଧୁ ମୁଁ କଣ ତୁମର 

ସନ୍ତାନ ନୁହ କିଏ ଏଠି ଧନି କିଏ ଗରିବ 

ସବୁ ତୁମରି ଦାନ ।।


ଗର୍ବ ଅହଙ୍କାରେ ଅସ୍ତିତ୍ୱ ଲିଭିଛି 

ଏଇ ସମାଜର ଦୁଇପଦ କଥା ନ ହୋଇ 

ଚାଲି ଯାଉଛନ୍ତି ଅଣଦେଖା କରି 

ମୁଁ ତ କୋମଳ ଶରୀର କି ପାପ କରିଛି 

କୁହ ଆହେ ଜଗନ୍ନାଥ ।।


ଏମିତି କେତେ ଦିନ ଚାଲିବ 

ଭୋକିଲା ପେଟ ଯନ୍ତ୍ରଣା କିଏ ବା ବୁଝିବ 

ହାତ ଟେକିଦେଲି ପ୍ରଭୁ ରକ୍ଷା କର 

ରକ୍ଷା କର ଦୟାର ସାଗର ।।


ଲଲାଟ କେଶରୀ ବଳସାମନ୍ତ,,

 ଯାଜପୁର

Post a Comment

0 Comments