କାହାକେ ଡାକ୍'ମି ଯେ କିଏ ସୁନ୍'ବା
ମତେ ଟିକେ ଆହା କର୍'ବା,
ମାଆ ବୁଆ ମୋର୍ କେହିଁ ନାଇନ
କିଏ ମତେ ବଂଚାବା ।
ନିଜେ ମୁଇଁ ବଂଚ୍'ବାର୍ ଅଡୁଆ ହେଲାନ
ତାର୍ ସାଙ୍ଗେ ଅଛେ ବହେନ୍,
ଦୁଃଖର୍ ଜଂଜାଲ୍' ଭିତିରୁ କେନ୍ତା ବାହାର୍'ମି
ଧରିକରି ମୋର୍ ସାନ୍ ବହେନ୍ ।
ଧଏନ୍'ରେ ବିଧାତା କାଏଁ ରକମ୍ କର୍'ଲୁ
ମୋର୍ କପାଲେ ଦୁଃଖ୍ ଲେଖ୍'ଲୁ,
ଟିକେ ହେଲେ ନାଇଁ ଭାବ୍'ଲୁ ମତେ
ମୋର୍ ବୁଧି ବନା କରିଦେଲୁ ।
କେନ୍ତା ଜିଇମିରେ କହିଦେ ଥରେ ଆସି
ଏଡେ ବଡ୍ ସଂସାରେ,
ନିଜେ କାମ୍ କବାର୍ କର୍'ମି କେନ୍ତା
ଛାଡିକରି ବହେନ୍'କେ ବାହାରେ ।
ବାଲୁତ୍ ଛୁଆଟେ ସେ କିଛା ନାଇଁ ଯାନି
କେନ୍'ଟା କାଏଟା ଯେ,
କେତେବେଲେ ସେ କାନ୍ଧୁଥିବା ବସି
ମୁଇଁ ଛାଡିଦେଲେ ତାହାକେ ।
ଜୀବନ୍ ଜଂଜାଳ୍ ମୋର୍ ରହି ଗଲାନ
ମଝାର୍ ଜାଗା ଠାନେ,
ଯେନ୍ ଆଡେ ଦେଖ୍'ଲେ କଲା ଝିମ୍ ଝିମ୍
କେହିଁ ନାଇଁ ସେ ଜାଗା ନେ ।
ପିଙ୍କୁ ରଣବିଡା
ଜିଲ୍ଲା-ସମ୍ବଲପୁର,ଠେମରା


0 Comments